ବରଗଡ଼,୨୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଜଣେ ମହିଳାଙ୍କ ଆତ୍ମାହୁତି ଧମକ ଚର୍ଚ୍ଚାର ବିଷୟ ହୋଇଛି। ମହିଳା ଜଣକ ଭଟଲି ବ୍ଲକ ଚଢେଇଗାଁ ଗ୍ରାମର। ତାଙ୍କୁ ନ ଜଣାଇ ତାଙ୍କ ଜମିରେ କୁଟୀରଶିଳ୍ପ ତିଆରି ହୋଇଛି ଏବଂ ଏ ନେଇ ବାରମ୍ବାର ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ବେଳେ ତାଙ୍କୁ ବିନା ନୋଟିସ୍ ଦେଇ ବେଆଇନ ଭାବେ ତାହା ତିଆରି ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେ କିରୋସିନ ଧରି ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମହିଳା ଜଣଙ୍କୁ ବୁଝାଶୁଝା କରିଥିଲା ଏବଂ ଥାନାକୁ ନେଇ ଯାଇଥିଲା।