Posted inଫୁରସତ

ରାସ୍ତା ମଝିରେ ଭୋଜପୁରୀ ଗୀତରେ ଶାଢ଼ି ପିନ୍ଧି ଏମିତି ଡ୍ୟାନ୍ସ କଲେ ମହିଳା, ଅଟକିଗଲା ବସ୍‌, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ଅନେକ କିଛି କରନ୍ତି। କିଛି ଲୋକ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରନ୍ତି ତ ଆଉ କିଏ ଡ୍ୟାନ୍ସ କରନ୍ତି। କିଛି ଲୋକ ରାସ୍ତା ମଝିରେ ଗୀତ ବି ଗାଇଥାନ୍ତି। ଯଦିଓ ସମସ୍ତେ ଭାଇରାଲ ହୋଇପାରନ୍ତି ନାହିଁ, କିନ୍ତୁ କିଛି ଲୋକ ରାତାରାତି ଭାଇରାଲ ହୋଇ ଷ୍ଟାର ହୋଇଯାଆନ୍ତି। ଆଜିକାଲି ରାସ୍ତାରେ ଡ୍ୟାନ୍ସ କରିବାର ଧାରା ବୃଦ୍ଧି ପାଇଛି, ଯାହା ଯୋଗୁ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୋସିଆଲ ମିଡିଆରେ ଏପରି ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି, ଯାହାକୁ କିଛି ଲୋକ ମଜାଦାର ବୋଲି ମନେ କରନ୍ତି, ଯେତେବେଳେ କିଛି ୟୁଜର ଏହାକୁ ଦେଖିବା ପରେ ରାଗି ଯାଇଛନ୍ତି।

ପ୍ରକୃତରେ ଶାଢ଼ି ପିନ୍ଧିଥିବା ମହିଳା ଜଣକ ରାସ୍ତା ମଝିରେ ଏକ ଭୋଜପୁରୀ ଗୀତରେ ଏପରି ଭାବରେ ଡ୍ୟାନ୍ସ କରିଥିଲେ ଯେ, ଏହାକୁ ଦେଖିବା ପରେ ବସ୍‌ ଡ୍ରାଇଭରଙ୍କୁ ତାଙ୍କ ଗାଡ଼ିକୁ ଅଟକାଇବାକୁ ପଡ଼ିଥିଲା। ଭିଡିଓରେ ଆପଣ ଦେଖିପାରିବେ ମନୋଜ ତିଓ୍ବାରୀଙ୍କ ଗୀତ ବାଜିବା ମାତ୍ରେ ମହିଳା ଜଣକ ରାସ୍ତାରେ କିପରି ଡ୍ୟାନ୍ସ ଆରମ୍ଭ କରିଥିଲେ। ସେ ପଛରୁ କୌଣସି ଗାଡ଼ି ଆସୁଛି କି ନାହିଁ ତାହା ମଧ୍ୟ ଦେଖି ନ ଥିଲେ। ସେଥିପାଇଁ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ବସ୍‌ ଡ୍ରାଇଭର ତାଙ୍କ ଗାଡ଼ିକୁ ଅଟକାଇଲେ। ସେହି ସମୟରେ ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ଝରକା ଦେଇ ମହିଳାଙ୍କ ଡ୍ୟାନ୍ସ ଦେଖିବା ଆରମ୍ଭ କଲେ। ଭିଡିଓଟି ପଶ୍ଚିମବଙ୍ଗର ବୋଲି କୁହାଯାଉଛି।

 

View this post on Instagram

 

A post shared by Tina Tina (@tina143khan)

ଏହି ମଜାଦାର ନୃତ୍ୟ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ tina143khan ନାମକ ଏକ ଆଇଡିରୁ ଶେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୯ ମିଲିୟନରୁ ଅଧିକ ଥର ଦେଖାଯାଇଛି, ୧ ଲକ୍ଷରୁ ଅଧିକ ଲୋକ ଭିଡିଓଟିକୁ ଲାଇକ୍‌ ମଧ୍ୟ କରିଛନ୍ତି ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ୟୁଜର ମଜା କରି ଲେଖିଛନ୍ତି, ବସ୍‌ ଡ୍ରାଇଭରଙ୍କୁ ବ୍ରେକ୍‌ ଲଗାଇବା ଉଚିତ୍‌ ନଥିଲା କି?’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ବସ୍‌ ଡ୍ରାଇଭର ବ୍ରେକ ଲଗାଇବା ଉଚିତ ନ ଥିଲା। ସେହିପରି ଆଉ ଜଣେ ଲେଖିଛନ୍ତି, ସମ୍ପୂର୍ଣ୍ଣ ବସ୍‌ ଭିତରେ ଖୁସିର ମାହୋଲ ରହିଛି। ସେହି ସମୟରେ ଜଣେ ୟୁଜର ଲେଖିଛନ୍ତି, ବସ୍‌ ଡ୍ରାଇଭର ମଧ୍ୟ କହୁଥିବେ ଯେ, ବସ ଭଡ଼ା ଆଦାୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ଇରାନ ସପକ୍ଷରେ ବାହାରିଲା ତୁର୍କୀ: ଏର୍ଡୋଗାନ କହିଲେ ‘ନା ଶିଆ, ନା ସୁନ୍ନି…ଆମେ ସମସ୍ତେ ମୁସଲମାନ; ଯଦି…

ଅଙ୍କାରା, ୧୧।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂଘର୍ଷ ମଧ୍ୟରେ ତୁର୍କୀ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri