ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁ ୧୧ ନମ୍ବର ଓ୍ବାର୍ଡରେ। ବାସନ୍ତୀ ଦାସଙ୍କ ଘର ଉପରକୁ ମାଡ଼ି ଯାଇ ଥିଲା ଟ୍ରାକ୍ଟର। ସେ ଗୁରୁବାର ଘର ଲିପୁଥିବା ବେଳେ ଟ୍ରାକ୍ଟରଟି ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇ ଚାଳ ଘର ଉପରେ ମାଡ଼ି ଯାଇଥିଲା। କିଛି ସମୟ ଖୋଜାଖୋଜି ପରେ ଚାଳଘର କୁଟା ମଧ୍ୟରୁ ବାସନ୍ତୀଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ବାସନ୍ତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଟ୍ରାକ୍ଟରକୁ ପୋଲିସ ଜବତ କରିଛି।

Dharitri – Odisha’s No.1 Odia Daily

Share