ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରି ବୁଲାଇଲେ ଗାଁ ଦାଣ୍ଡରେ: ଭିଡିଓ ଭାଇରାଲ ପରେ ଯାହା ଘଟିଲା…

ବଡ଼ଗାଁ,୨୧। ୯(ଅଶୋକ ଷଡ଼ଙ୍ଗୀ) :ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ଗାଁ ନିକଟ ବିରିମୁଣ୍ଡା ଗ୍ରାମରେ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ଶନିବାର ପୋଲିସ ତାଙ୍କ ସ୍ବାମୀଙ୍କ ସହ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ ରହି କାମ କରନ୍ତି। ଏହାର ସୁଯୋଗ ନେଇ ଉକ୍ତ ମହିଳାଙ୍କ ସହ ଜଣେ ଅବିବାହିତ ଯୁବକଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଗତ କିଛିଦିନ ତଳେ ୪ ଦିନ ଧରି ଯୁବକ ଜଣଙ୍କ ମହିଳାଙ୍କ ଘରେ ରହିଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖବରପାଇ ଗତ ବୁଧବାର ମହିଳାଙ୍କ ସ୍ବାମୀ ବେଙ୍ଗାଲୁରରୁ ଫେରିଥିଲେ। ସେ ତାଙ୍କ ସ୍ତ୍ରୀଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ମାଡ ମାରି ବୁଲାଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ।

Share