ରାସ୍ତା ମଝିରେ ମହିଳାଙ୍କୁ ଛୁରା ମାଡ଼: ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ପାରାଦୀପ,୧୧।୮: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ପାଟପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ରାସ୍ତା ମଝିରେ ଜଣେ ମହିଳାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ମହିଳଙ୍କ ବେକ ଏବଂ ହାତରେ ଗଭୀର ଆଘାତ ଲାଗିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ ଆକ୍ରମଣକାରୀ ଯୁବକଙ୍କୁ ଗ୍ରାମବାସୀ କାବୁ କରି ପୋଲିସର ଜିମା ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ହେଲେ କେଉଁ ପରିସ୍ଥିତିରେ ଯୁବକଙ୍କ ଜଣକ ମହିଳାଙ୍କୁ ଆକ୍ରମଣ କଲେ ତାହା ଜଣାପଡି ନାହିଁ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share