Posted inଜାତୀୟ

ଚଳନ୍ତା ଆମ୍ବୁଲାନ୍ସରେ ମହିଳାଙ୍କୁ ଯୌନ ଉତ୍ପୀଡନ: ଅସୁସ୍ଥ ସ୍ବାମୀ ବିରୋଧ କରିବାରୁ କାଡିଦେଲେ ଅକ୍ସିଜେନ୍‌: ଆଉ ତା’ପରେ…

ଲକ୍ଷ୍ନୌ, ୬।୯:ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଏକ ଚଳନ୍ତା ଆମ୍ବୁଲାନ୍ସରେ ଅସୁସ୍ଥ ସ୍ବାମୀଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଛି। ଆମ୍ବୁଲାନ୍ସରେ ମହିଳା ଜଣକ ଅସୁସ୍ଥ ସ୍ବାମୀଙ୍କୁ ନେଇ ଲକ୍ଷ୍ନୌରୁ ସିଦ୍ଧାର୍ଥନଗର ଜିଲାସ୍ଥିତ ନିଜ ଗ୍ରାମକୁ ଫେରୁଥିଲେ। ସ୍ବାମୀ ସ୍ନାୟୁଗତ ସମସ୍ୟାରେ ପୀଡ଼ିତ ଥିଲେ। ଚିକିତ୍ସା ଖର୍ଚ୍ଚ ବହନ କରି ନ ପାରି ତାଙ୍କୁ ଡିସ୍‌ଚାର୍ଜ କରିବାକୁ ମହିଳା ଜଣକ ଡାକ୍ତରଙ୍କୁ କହିଥିଲେ। ପରେ ହସ୍ପିଟାଲର ଆମ୍ବୁଲାନ୍ସରେ ସ୍ବାମୀଙ୍କୁ ଧରି ସେ ଗ୍ରାମକୁ ଫେରୁଥିଲେ। ଆମ୍ବୁଲାନ୍ସରେ ଡ୍ରାଇଭର ଓ ତାଙ୍କ ସହକର୍ମୀ ମହିଳାଙ୍କୁ ଅସଦାଚରଣ କରିବା ସହ ଯୌନ ନିର୍ଯାତନା ଦେଇଥିଲେ। ଅସୁସ୍ଥ ସ୍ବାମୀ ବିରୋଧ କରିବାରୁ ଡ୍ରାଇଭର ଥାବ୍‌ନୀ ଥାନାର ମୁଖ୍ୟ ସଡ଼କରେ ଆମ୍ବୁଲାନ୍ସକୁ ରଖିଥିଲେ। ତାଙ୍କ ସହଯୋଗୀ ମହିଳାଙ୍କ ସ୍ବାମୀଙ୍କ ଅକ୍ସିଜେନ ମାସ୍କ ବାହାର କରି ଫିଙ୍ଗି ଦେଇଥିଲେ। ଏହାପରେ ସେ ତାଙ୍କୁ ଆମ୍ବୁଲାନ୍ସ ମଧ୍ୟରୁ ବାହାର କରିଦେଇଥିବା ନେଇ ମହିଳା ଅଭିଯୋଗ କରିଛନ୍ତି। ଡ୍ରାଇଭର ଓ ତାଙ୍କ ସହକର୍ମୀ ମହିଳାଙ୍କଠାରୁ ପର୍ସ, ଆଧାର କାର୍ଡ, ମଙ୍ଗଳସୂତ୍ର ଓ ୧୦ ହଜାର ଟଙ୍କା ଲୁଟିବା ସହ ତାଙ୍କୁ ମଧ୍ୟ କିଛି ସମୟ ପରେ ଆମ୍ବୁଲାନ୍ସରୁ ବାହାର କରି ଫେରାର ହୋଇଯାଇଥିଲେ। ଦୀର୍ଘ ସମୟ ଧରି ଅକ୍ସିଜେନ ମାସ୍କ ପିନ୍ଧି ନ ଥିବା କାରଣରୁ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri