ବେଙ୍ଗାଲୁରୁ,୨ା୯: ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ ସିଟି ଥାନା ଅଞ୍ଚଳରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ତାଙ୍କ ପୂର୍ବତନ ଲିଭ୍-ଇନ୍ ପାର୍ଟନର ପେଟ୍ରୋଲ ଢାଳି ଜାଳିଦେଇଛନ୍ତି। ଗତ ଶନିବାର ଏହି ଘଟଣା ଘଟିଥିବାବେଳେ ଅଭିଯୁକ୍ତ ବିଠଲ(୫୨)ଙ୍କୁ ଗିରଫ କରାଯାଇଛି। ବନଜାକ୍ଷୀ ଏବଂ ବିଠଲ ୪/୫ ବର୍ଷ ପୂର୍ବରୁ ଲିଭ୍-ଇନ୍ ସମ୍ପର୍କରେ ଥିଲେ। ଉଭୟ ପୂର୍ବରୁ ବିବାହିତ। ତେବେ ବିଠଲ ମଦ ପିଇ ହଇରାଣ କରୁଥିବାରୁ ବନଜାକ୍ଷୀ ତାଙ୍କଠାରୁ ଦୂରେଇଯାଇ କିଛିଦିନ ପୂର୍ବରୁ ମାରିଆପ୍ପା ନାମକ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥିଲେ। ଶନିବାର ବନଜାକ୍ଷୀଙ୍କୁ ମାରିଆପ୍ପାଙ୍କ ସହ କାର୍ରେ ଦେଖିବା ପରେ ବିଠଲ ସେମାନଙ୍କୁ ପିଛା କରିଥିଲେ। ଟ୍ରାଫିକ୍ରେ ସେମାନେ ଅଟକିବାରୁ ବିଠଲ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇଦେଇଥିଲେ। ବନଜାକ୍ଷୀଙ୍କ ଶରୀରର ୬୦ ଭାଗ ପୋଡ଼ିଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।


