ଦାରିଙ୍ଗବାଡି,୭।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଗୌଡ଼ ସାହିର ବିଧବା ଅସହାୟ ମହିଳା ଶଶୀ ଗୌଡ଼ ଦାରିଙ୍ଗବାଡି ବସ୍ ଷ୍ଟାଣ୍ଡରେ ଭୁବନେଶ୍ୱର ଯିବାକୁ ଗତ ଡିସେମ୍ବରରେ ଟିକେଟ କରି ଅଗ୍ରୀମ ଟିକେଟ ପଇସା ଦେଇଥିଲେ। ସେ ଭୁବନେଶ୍ୱର ଯିବା ବାତିଲ ହୋଇଥିଲା ତେଣୁ ଟିକେଟ କାଉଣ୍ଟର ହକରଙ୍କୁ ନିଜ ଟିକେଟ ବାବଦକୁ ଦେଇଥିବା ୪ ଶହ ଫେରାଇବାକୁ କହିଥିଲେ। ହେଲେ ପଇସା ଫେରେଇବାର ଦୂରର କଥା ତାଙ୍କୁ କଟୁ ବାକ୍ୟ କହି ଦୁର୍ବ୍ୟବହାର କରିଥିବା ନେଇ ମହିଳା ଜଣଙ୍କ ସାମାଜିକ ଗଣମାଧ୍ୟମରେ ସେ କିଭଳି ନିର୍ଯ୍ୟାତନା ପାଇଛନ୍ତି। ସେ ସମ୍ପର୍କରେ ଭିଡିଓ ପୋଷ୍ଟ ଥିଲେ ଓ ସେ ମଙ୍ଗଳବାର ଥାନାକୁ ଯାଇଥିଲେ ଥାନା ପକ୍ଷରୁ ଲିଖିତ ଅଭିଯୋଗ ଦେବାକୁ କୁହାଯାଇଥିଲା
ସେ ଏନେଇ ବୁଧବାର ଲିଖିତ ଜଣାଇଥିଲେ ଅଭିଯୋଗ ପାଇ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସବଇନ୍ସପେକ୍ଟର ଜୟନ୍ତୀ ବେହେରା ଘଟଣାର ତଦନ୍ତ କରିବା ସହ ବସ ଷ୍ଟାଣ୍ଡର ହକରଙ୍କୁ ଥାନାକୁ ଡାକି ପଚରା ଉଚରା କରିଥିଲେ। ତେବେ ଏଭଳି ଟିକେଟ ବାତିଲ ଥରେ ନୁହଁ ୩ ଥର ହୋଇଥିଲେ ମଧ୍ୟ ପୁର୍ବରୁ ୧୬ ଶହ ଓ ଡିସେମ୍ବରରେ ୪ ଶହ ମିଶି ୨ ହଜାର ମିଳିବାକୁ ରହିଥିବା ମହିଳା ଜଣକ ପୋଲିସ ଓ ହକରଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ। ପରେ ହକର ଥାନାରେ ଲିଖିତ ଦେବା ସହ ବାତିଲ ଟିକେଟ ଅର୍ଥ ୨ ହଜାର ଶଶୀ ଗୌଡ଼ଙ୍କୁ ଫେରାଇଛନ୍ତ। ପଇସା ଫେରସ୍ତ ପାଇବା ପରେ ଶଶୀ ପୋଲିସକକୁ ସାଧୁବାଦ ଜଣାଇଛନ୍ତି।ପ୍ରକାଶ ଯେ ଏ ନେଇ ଖବର ଧରିତ୍ରୀରେ ପ୍ରକାଶିତ ହେବା ପରେ ଘଟଣାର ତଦନ୍ତ ଜୋରଦାର କରାଯାଇଥିବା ଆଇଆଇସି କହିଛନ୍ତି।
Dharitri – Odisha’s No.1 Odia Daily