ମୋହନା,୧ା୧୧(ମନ୍ମଥ ମିଶ୍ର)- ଗଜପତି ଜିଲା ମୋହନା ବ୍ଲକରେ ଅଙ୍ଗଦାନ କରି ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି। ସେ ହେଲେ ଖାରିଗୁମ୍ମା ଗାଁର ଅବଳା। ଖବରରୁ ଜଣାପଡିଛି, ଗତ ରବିବାର ଅବଳା ଆର ଉଦୟଗିରି ବ୍ଲକ ଛେଳିଗଡ଼ ଗାଁକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଛେଳିଗଡ଼, ପରେ ଚନ୍ଦ୍ରଗିରି ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଅବସ୍ଥାରେ ସୁଧାର ନ ଆସିବାରୁ ବ୍ରହ୍ମପୁର ମେଡିକାଲ ଏବଂ ପରେ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଅବଳାଙ୍କ ବ୍ରେନ ଡେଡ୍ ଘୋଷଣା କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ଉତ୍କଳ ହସ୍ପିଟାଲକୁ ନେଇଥିଲେ। ଅବଳା ଖୁବ କମ ଦିନ ବଞ୍ଚତ୍ବେ ବୋଲି ପରିବାର ଲୋକେ ଡାକ୍ତରଙ୍କ ନିକଟରୁ ଶୁଣି ଦୁଃଖରେ ଭାଙ୍ଗି ପଡିଥିଲେ। ଏହା ଜାଣି ଅବଳା ନିଜ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଡାକ୍ତରଙ୍କୁ ଏନେଇ ଜଣାଇବା ପରେ ସମସ୍ତ ବ୍ୟବସ୍ଥା ପରେ ଅବଳା ତାଙ୍କ କିଡ଼ନୀ ଓ ଫୁସଫୁସ ଦାନ କରିଥିତ୍ଲେ। ଶନିବାର ଅବଳାଙ୍କ ମୃତଦେହ ଗାଁକୁ ଆସିବା ପରେ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଓ ଟିମ ସହ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରି ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।