ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ ବିଦାରକଘଟଣା ଦେଖିବାକୁ ମିଳିଛି ରାମଗିରି ଅଞ୍ଚଳରେ। ମୃତକ ହେଲେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତର ଖ୍ରୀଷ୍ଟିଆନ ସାହିର ଶଶୀକଳା ମାଝୀ । ତାଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ସେ ଜଣେ ଅବିବାହିତ ମହିଳା ।

ଆଗକୁ ଖ୍ରୀଷ୍ଟ ଧର୍ମର ବଡ଼ଦିନ ପାଳିବା ପାଇଁ ଘର ସଫାସୁତରା କରି ଲୁଗାପଟା ସଫା କରିବା ପାଇଁ ନିକଟସ୍ଥ ସାହି ନକଟସ୍ଥ ନାଳକୁ ଲୁଗାପଟା ସଫା କରିବାକୁ ଯାଇଥିଲେ । ସେହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ବାମ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ଦଂଶନ କରିଥିଲା । ସେଠାରେ ସେ ଅଚେତ ହୋଇ ବହୁ ସମୟ ପଡିରହିଥିଲେ । କିଛି ଲୋକ ସେ ପଡ଼ିଥିବା ଦେଖି ତୁରନ୍ତ ରାମଗିରି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ଶଶୀକଳାଙ୍କ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସହ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡିଛି । ଏ ନେଇ 10/25 ଏକ ଅପମୃତୁ ମାମଲା ୠଜୁ ହୋଇଥିବା ରାମଗିରି ଥାନା ଅଧିକାରୀ ଡି. ଗଜପତି ଦୋରା କହିଛନ୍ତି ।

 

Dharitri – Odisha’s No.1 Odia Daily