ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ କଳାବତୀ ଦିଗାଲ (୫୮) । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ଅନୁସାରେ, କଳାବତୀ ଆଜି ସ୍ନାନ କରିବା ପରେ ଅଗଣାରେ ଓଦା ଲୁଗା ଶୁଖାଉଥିଲେ। ଏହି ସମୟରେ କୌଣସି ପରିସ୍ଥିତିରେ ଉକ୍ତ ତାରରେ ବିଦ୍ୟୁତ୍ ପ୍ରଭାବିତ ହେଉଥିଲା। ଫଳରେ ଝଟକା ଲାଗି ତାଙ୍କ ଜୀବନ ଚାଲି ଯାଇଛି । ତେବେ ଏହାପରେ ପରିବାର ଲୋକେ ତାଙ୍କୁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

Share