ଢେଙ୍କାନାଳ,୨୩।୮: ଢେଙ୍କାନାଳ ଏସ୍ପି ଅଫିସ ପରିସରରେ ଶନିବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ହେଲେ ଅଘଟଣ ପୂର୍ବରୁ ପୋଲିସ ମହିଳାଙ୍କୁ କାବୁ କରିବା ସହ ପେଟ୍ରୋଲ ବୋତଲ ଏବଂ ଦିଆସିଲି ଜବତ କରିଛି।
ଏସ୍ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା କରାଯାଉଛି। ସଦର ଥାନା ପୋଲିସ ଏବଂ ଟାଉନ ଥାନା ପୋଲିସ ଉପସ୍ଥିତ ରହିଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ସମ୍ପର୍କୀୟ ଦିଅର ମହିଳାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଆସୁଥିଲେ। ଏନେଇ ଉଭୟ ଟାଉନ ଥାନା ଏବଂ ସଦର ଥାନାରେ ଫେରାଦ ହୋଇଥିଲେ। କେହି ଅଭିଯୋଗ ନ ଶୁଣିବାରୁ ମହିଳା ଜଣକ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି।