ମହିଳାଙ୍କୁ ପନିକିରେ ହାଣିଲେ ପଡ଼ୋଶୀ

ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଦେଉଳପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ ମଙ୍ଗଳବାର ରାତିରେ କୁନି ମହାନ୍ତି ନାମକ ମହିଳାଙ୍କୁ ତାଙ୍କ ପଡ଼ୋଶୀ ପନିକିରେ ହାଣି ପକାଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଜଣଙ୍କୁ ଆଣି ପଚରାଉଚରା କରୁଛି।

Dharitri – Odisha’s No.1 Trusted Odia Daily

Share