ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍ ମାରି ବସିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ଅନ୍ୟପକ୍ଷରେ ଗାଁରେ ନିଶା କାରବାରକୁ ସମ୍ପୂର୍ଣ ବନ୍ଦ ପାଇଁ ଅତାବିରା ଥାନା ଅନ୍ତର୍ଗତ ପାଲି ବୁଗବୁଗା ଗ୍ରାମର ମହିଳାମାନେ ଅଣ୍ଟା ଭିଡିଛନ୍ତି। ବୁଧବାର ସନ୍ଧ୍ୟାରେ ଗ୍ରାମର ମହିଳାମାନେ ସଂଗଠିତ ହୋଇ ପାଲି ବୁଗବୁଗା ଗ୍ରାମରେ ଚାଲିଥିବା ନିଶା କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ଅତାବିରା ଥାନା ଅଧିକାରୀଙ୍କୁ ଫେରାଦ ହୋଇଥିଲେ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଅନେକ ଘରେ ରନ୍ଧା ମଦ ବିକ୍ରି ହେଉଛି । ମଦ ପିଇବା ଦ୍ବାରା ଘରେ ଅଶାନ୍ତି ବଢୁଛି । ଏଥିରେ ବିଶେଷ କରି ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ଅନେକ ସମୟରେ ନିଶାଜନିତ ରୋଗରେ ଆକ୍ରାନ୍ତ ହୋଇ ଲୋକେ ଅକାଳ ମୃତ୍ୟୁ ମୁଖରେ ପଡୁଛନ୍ତି । ବିଭିନ୍ନ ସ୍ଥାନରୁ ମାଫିଆମାନେ ରନ୍ଧା ମଦ ଯୋଗାଉଛନ୍ତି । କେବଳ ସେତିକି ନୁହେଁ, ଉକ୍ତ ଅଞ୍ଚଳରେ ନକଲୀ ବିଦେଶୀ ମଦ, କଫ୍ ସିରପ୍ କାରବାର ମଧ୍ୟ ଅବାଧରେ ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ତେବେ ପ୍ରାୟ ଏକ ବର୍ଷ ପୂର୍ବେ ଗ୍ରାମର ମହିଳାମାନେ ଗ୍ରାମରେ ମଦ ବନ୍ଦ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ । ମାତ୍ର ସେତେବେଳେ ଗ୍ରାମବାସୀ ତରଫରୁ ଗ୍ରାମରେ କୁଚିଆ ଭାଟି ଦିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଗ୍ରାମର କୁଚିଆ ଭାଟିକୁ ବନ୍ଦ କରି ଦିଆଯାଇଥିଲା । ଲୋକେ ମଧ୍ୟ ଧିରେଧିରେ ମଦ ଛାଡ଼ିବା ଆରମ୍ଭ କରିଥିଲେ । ଏହାର ସୁଯୋଗ ନେଇ କେତେକ ଲୋକେ ପୋଲିସ ଓ ଅବକାରୀକୁ ବେଖାତିର କରି ଗ୍ରାମରେ ପୁଣି ନିଶା ଆଡ୍ଡା ଗୁଡିକ ଖୋଲି ଅବାଧରେ ନିଶା କାରବାର ଚଲାଇଥିବା ଅଭିଯୋଗ ହୋଇଛି।

ତେବେ ଗ୍ରାମକୁ ସମ୍ପୂର୍ଣଭାବେ ନିଶାମୁକ୍ତ କରିବା ପାଇଁ ଲଢେଇ ଜାରି ରହିବ ବୋଲି ମହିଳାମାନେ କହିଥିବାବେଳେ ବିଚ୍ ରାସ୍ତାକଡରେ ଚାଲିଥିବା ନିଶା କାରବାର ପ୍ରତି ଆଖି ବୁଜି ଦେଇ ଥିବାରୁ ଅବକାରୀ ଓ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ପଦାରେ ପଡି ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ଘଟଣା… ଅଧରାତିରେ ଚାରି ଝିଅଙ୍କୁ କୂଅରେ ଫିଙ୍ଗିଦେଲେ ମା’, ନିଜେ ବି ହାରିଲେ ଜୀବନ

ଭୋପାଳ,୧୩।୩: ଗୁରୁବାର ସକାଳେ ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେସଲି ପୋଲିସ ଷ୍ଟେସନ ଅଧୀନସ୍ଥ ଖାମାରିଆ ଗାଁରେ ଜଣେ ମହିଳାଙ୍କ…

‘ତାଙ୍କୁ ଗୁଳି କରିଦିଅ…’ କାହାକୁ ଏମିତି କହିଲେ ପୂର୍ବତନ ପାକିସ୍ତାନୀ କିମ୍ବଦନ୍ତୀ, କ୍ରିକେଟ୍‌ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୩।୩: ବାଂଲାଦେଶ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚରେ ପାକିସ୍ତାନର ପରାଜୟ ପରେ, ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ନିରାଶାଜନକ ବୟାନ ଦେଇଛନ୍ତି। ମୀରପୁରରେ ଖେଳାଯାଇଥିବା ମ୍ୟାଚରେ, ପାକିସ୍ତାନର ସମ୍ପୂର୍ଣ୍ଣ…

ଭୟଙ୍କର ଦୁର୍ଘଟଣା: ୨ଟି ଟ୍ରକ୍‌ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୨ ଡ୍ରାଇଭରଙ୍କ…

ଅତାବିରା, ୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ – ସମ୍ବଲପୁର ଜାତୀୟ ରାଜପଥରେ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଅତାବିରା – ଧର୍ମଶାଳା ଛକରେ ଏହି…

ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ୍‌: ଦେଲେ କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି…

ରୁଷିଆ ତେଲ ଉପରେ ବଡ଼ ୟୁ-ଟର୍ନ ନେଲା ଆମେରିକା: ଭାରତ ପରେ ଏବେ ସମସ୍ତଙ୍କୁ…ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୩।୩: ଆମେରିକା ବର୍ତ୍ତମାନ ପର୍ଯ୍ୟନ୍ତ ବଜାରରେ ରୁଷୀୟ ତୈଳ ପ୍ରବେଶକୁ ଅବରୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଏବେ ଅନ୍ୟ ଦେଶମାନଙ୍କୁ ରୁଷୀୟ ତୈଳ କ୍ରୟ କରିବାକୁ ଅନୁରୋଧ…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri