ଶାଶୁଶ୍ୱଶୁରଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ ଅପହରଣ ଅଭିଯୋଗ, ସ୍ବାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ରାସ୍ତାର ଦଳିତ ସାହିରେ ଶାଶୁ,ଶ୍ୱଶୁର ଓ ସ୍ତ୍ରୀଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଶିବାନୀ ସେଠୀ ରାଣୀ ସାହିରେ ରହୁଥିବା ସ୍ବାମୀ ପନିଳ ସେଠୀଙ୍କ ବିରୋଧରେ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ପୋଲିସ ଥାନାରେ ମାମଲା ନଂ.୧୩୪/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନାନୁଯାୟୀ, ଗତ ପ୍ରାୟ ୬ ବର୍ଷ ପୂର୍ବେ ଶିବାନୀ-ପନିଳ ଉଭୟଙ୍କୁ ଭଲପାଇ ବିବାହ କରିଥିଲେ। ବିବାହର କିଛିଦିନ ହସ ଖୁସିରେ କଟିବା ପରେ ସ୍ବାମୀ ତାଙ୍କୁ ଯୌତୁକ ପାଇଁ ସଦାସର୍ବଦା ମାଡ଼ ମାରୁଥିଲେ। ଗତ ସୋମବାର ସ୍ବାମୀ ତାଙ୍କ ଶ୍ୱଶୁର ଘରେ ପହଞ୍ଚି ସ୍ତ୍ରୀ ଙ୍କୁ ମାଡ଼ ମାରିଥିଲେ। ଶାଶୁ, ଶ୍ୱଶୁର ଛଡ଼ାଇବାରୁ ସେମାନଙ୍କୁ ମଧ୍ୟ ସେ ନିସ୍ତୁକ ମାଡ ମାରିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୧ ଟାରେ ସ୍ବାମୀ ତାଙ୍କ ୫ ବର୍ଷର ପୁଅ ରିହାନକୁ ଜବରଦସ୍ତ ତାଙ୍କଠାରୁ ନେଇ ଫେରାର ହୋଇଯାଇଛନ୍ତି। ସେ ବହୁତ ଖୋଜା ଖୋଜି କଲା ପରେ ମଧ୍ୟ ତାଙ୍କ ପୁଅଙ୍କ ସନ୍ଧାନ ମିଳିପାରିନାହିଁ ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

ଗୁରୁତର ପୁଅ ଆମ୍ବୁଲାନ୍ସରେ, ବାପା ଥାନାରେ: ଭଞ୍ଜନଗର ମେଡିକାଲରେ ଡାକ୍ତରଙ୍କ ‘ଗୁଣ୍ଡାରାଜ’, ଦିବ୍ୟାଙ୍ଗ ମହିଳାଙ୍କୁ ବି…

ଭଞ୍ଜନଗର, ୧୩।୩ (ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ଜଣେ…

ବରଗଡ଼ରେ ପ୍ରଶାସନର ଅତର୍କିତ ଚଢ଼ାଉ: ୧୭ ତମାଖୁ ବ୍ୟବସାୟୀଙ୍କୁ ଜରିମାନା, ହୋଟେଲ ଓ ଔଷଧ ଦୋକାନୀଙ୍କୁ …

ବରଗଡ଼, ୧୩।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଶୁକ୍ରବାର ପ୍ରଶାସନିକ ସ୍କ୍ବାର୍ଡ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ତମାଖୁ ନିୟନ୍ତ୍ରଣ…

ବାପାମା’ ନ ଥିବା ବେଳେ କରୁଥିଲେ ବଳାତ୍କାର, ନାବାଳିକା ଗର୍ଭବତୀ ହେବା ପରେ ଫେରାର;  ୪୬ ବର୍ଷୀୟ ତାରିଣୀଙ୍କୁ…

ମୋହନା, ୧୩।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ଘୃଣ୍ୟ ଘଟଣା…

ହାଟକୁ ବାଇଗଣ ବିକିବାକୁ ଯାଉଥିଲେ, ବାଟରେ ଛକିଥିଲା ଯମ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା…

ବଲାଙ୍ଗୀର, ୧୩।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁଷୁରାଗୁଡ଼ଭେଲା ମୁଖ୍ୟ ରାସ୍ତାର ଡୁଙ୍ଗୁରିପାଲି ନିକଟରେ…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

ଭୋଜିଖାଇ ଫେରିଲେ ସକାଳୁ ମିଳିଲାନି ବାଇକ୍‌ 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍‌କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri