ଗାଡ଼ିର ବୀମା ନ ଥିଲେ ଏଣିକି ଟୋଲ୍‌ଗେଟ୍‌ ଦେଇ ଯାଇପାରିବେନି

ଭୁବନେଶ୍ୱର,୧୮ା୧: ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବ ମୋଟର ଯାନ ଆଇନ। ଏହି ଆଇନ ଅନୁଯାୟୀ, ମୋଟର ଯାନରେ ବୀମା ନ ଥିଲେ ଟୋଲ୍‌ଗେଟ୍‌ରେ ଯାଇପାରିବେ ନାହିଁ। ଅର୍ଥାତ୍‌ ସ୍ବୟଂକ୍ରିୟା ପ୍ରଣାଳୀରେ ଧରାପଡ଼ିଯିବେ।
ଇ-ଡିଟେକ୍ସନ ପ୍ରକ୍ରିୟାରେ ଇ-ଚାଲାଣ ଜାରି ହେବ। ଥିବା ୨୨ ଟୋଲ୍‌ଗେଟ୍‌ରେ ଏହା କାର୍ଯ୍ୟକାରୀ ହେବ।
ଆସନ୍ତା ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ। ଏଥିରେ ଧରାପଡ଼ିଲେ ମୋଟର ଯାନ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲଂଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍‌ଦଣ୍ଡ ବି ଭୋଗିବାକୁ ପଡ଼ିବ। ପୁନର୍ବାର ଉଲ୍ଲଂଘନ କଲେ ୪ ହଜାର ଜରିମାନା କିମ୍ବା ୩ ମାସ ଜେଲ ହେବ।

ସୂଚନାଯୋଗ୍ୟ, ପୂର୍ବରୁ ଟୋଲ୍‌ଗେଟ୍‌ ପରମିଟ୍‌, ଫିଟନେସ୍‌, ଟିକସ ଧରୁଥିଲା। ଏବେ ଏଥିରେ ବୀମା ଯୋଡ଼ି ହୋଇଛି।

Share