ମଞ୍ଚରେ ବସିଲେନି, ମାଇକ୍‌ ଧରି ବୁଲିଲେ ମୋଦି: କାର୍ଯ୍ୟକର୍ତ୍ତାଙ୍କୁ ଶୁଣାଇଲେ ଝିଅ-ବୋହୂ ଥିଓରି

ଭୁବନେଶ୍ୱର,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଅସିଛନ୍ତି। ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍‌ଭେନଶନ୍‌ ସେଣ୍ଟରଠାରେ ଅନୁଷ୍ଠିତ ଡିଜିପି ସମ୍ମିଳନୀରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଅପରାହ୍ନରେ ମୋଦି ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନଦେବା ପରେ ରାଜଭବନରେ କିଛି ସମୟ ବିତାଇ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ।
ପ୍ରଧାନମନ୍ତ୍ରୀ ନିର୍ବାଚନ ପରେ ପ୍ରଥମ ଥର ଦଳୀୟ କାର୍ଯ୍ୟାଳୟ ଯାଇ ଦଳର ବିଧାୟକ, ମନ୍ତ୍ରୀ, ଏମ୍‌ପି ଏବଂ ପଦାଧିକାରୀଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ। ମୋଦି ତାଙ୍କ ଗସ୍ତସୂଚୀ ଅନୁଯାୟୀ ରାଜଭବନରୁ ବାହାରି ୩ ମିନିଟ୍‌ ବିଳମ୍ବ ଅର୍ଥାତ୍‌ ୬ଟା ୩୦ ପରିବର୍ତ୍ତେ ୬ଟା ୩୩ ମିନିଟ୍‌ରେ ଦଳୀୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟନେତାମାନେ ସ୍ବାଗତ କରିଥିଲେ।
ପୂର୍ବ ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଦଳୀୟ ନେତା, ମନ୍ତ୍ରୀ ଓ ପଦାଧିକାରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ମୋଦି ୨ ଘଣ୍ଟା ବଦଳରେ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ସାଢ଼େ ୩ ଘଣ୍ଟା ରହିଥିଲେ। କାର୍ଯ୍ୟକର୍ତ୍ତାଙ୍କ ବୈଠକ ବେଳେ ମଞ୍ଚରେ ନବସି ପ୍ରଧାନମନ୍ତ୍ରୀ ମାଇକ୍ରୋଫୋନ ଧରି ସଭା ମଝିରେ ଚାଲି ଚାଲି ସମସ୍ତଙ୍କୁ ଭଲ ମନ୍ଦ ଓ ସୁଖ ଦୁଃଖ ପଚାରି ବୁଝିଥିଲେ। ଏହି ସମୟରେ ସେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। କାର୍ଯ୍ୟକର୍ତ୍ତାଙ୍କ ସହ ଯୋଡି ହୋଇ ରହିବାକୁ ପରାମର୍ଶ ଦେବା ସହ ସେମାନଙ୍କର ଛୋଟିଆ ଭୁଲ ଉପରେ ପ୍ରତିକ୍ରିୟା ପ୍ରକାଶ ନକରି ସଫଳତା ପାଇଁ ଶ୍ରେୟ ଓ ଧନ୍ୟବାଦ ଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ସେଇଥିଲେ। ଏହା ସହ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ସେ ବୁଝାଇଥିଲେ॥ ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ବାଧୀନତା ଥାଏ। କିନ୍ତୁ ବାହା ହୋଇ ଶାଶୁଘରକୁ ଗଲେ ତା ଉପରେ ସମସ୍ତଙ୍କର ନଜର ରହିଥାଏ। ବୋହୂର ଚାଲି ଚଳଣି, ବ୍ୟବହାର ଓ କଥାବାର୍ତ୍ତାକୁ ସମସ୍ତେ ଦେଖନ୍ତି ଓ ଧରନ୍ତି। ବାପ ଘରେ ଝିଅ ଭଳି ଆପଣମାନେ କାର୍ଯ୍ୟକର୍ତ୍ତା ଥିଲେ। ନିର୍ବାଚିତ ହୋଇ ଆସିବା ପରେ ବୋହୂ ଭଳି। ତେଣୁ ଆପଣମାନଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ଏମିତି କହି ପ୍ରଧାନମନ୍ତ୍ରୀକାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧି ଭିତରେ ଫରକର ପାଠ ପାଇଥିଲେ। ଓଡିଶାର ବିକାଶ ପାଇଁ ମିଶନ ୩୬କୁ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି ମୋଦି। ୨୦୩୬ ସୁଦ୍ଧା ଓଡିଶାର ନକ୍ସା ଲୋକଙ୍କ ଆଗରେ ରଖିବାକୁ ହେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଭିତରେ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦଳୀୟ କାର୍ଯ୍ୟାଳୟ ଗେଟ୍‌ ପାଖରେ ଠିଆହୋଇ ଅନେକ ସମୟ ଧରି କଥାବାର୍ତ୍ତା ହେଉଥିଲେ। ଏହାପରେ ୩ ଜଣ ନେତା ରାସ୍ତା ଆଡ଼କୁ ଆସି ପୁଣି ଥରେ କିଛି ସମୟ ଭିତରେ ଭିତରକୁ ଚାଲିଯାଇଥିଲେ। ପ୍ରଧାନମନ୍ତ୍ରୀ ବୈଠକ ଶେଷହେବା ପରେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟକରି କହିଛନ୍ତି, ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ କଥାବାର୍ତ୍ତା ହେଲା। ଦଳକୁ ରାଜ୍ୟରେ କିପରି ସଙ୍ଗଠିତ କରିହେବ ଏବଂ ଲୋକମାନଙ୍କ ଜୀବନଶୈଳୀକୁ ଭଲ କରିବା ଲାଗି କ’ଣ କରିବା ଦରକାର ସେନେଇ ଆଲୋଚନା ହେଲା। ଏହାସହ ସେ ୪ଟି ଫଟୋ ମଧ୍ୟ ପୋଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri