ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ

ଦାରିଙ୍ଗବାଡି,୫ା୯(ଅରୁଣ ସାହୁ):ଅକ୍ଳାନ୍ତ ପରିଶ୍ରମ କେବେ ବୃଥା ଯାଏନି, ଦିନେ ନା ଦିନେ ସଫଳତା ଆଣିଦେବ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କ କ୍ଷେତ୍ରରେ। ସେ ଚଳିତ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢିବାକୁ ଯାଉଛନ୍ତି। ଦିବ୍ୟାଙ୍ଗ ହୋଇ ସଂଘର୍ଷ କରି ସେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି। ତାଙ୍କ ବ୍ୟାକ୍‌ ବୋନରେ ପ୍ରାୟ ୭୦ଶତକଡ଼ା ସମସ୍ୟା ରହିଥିଲେ ସୁଦ୍ଧା ଘରେ ମା’ଙ୍କ ସହ ସବୁ କାମ କରୁଥିଲେ ଏବଂ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ସହ ନିଟ ପାଇଁ ପ୍ରସ୍ତୁତ ହେଉଥିଲେ। ଲିନ୍ସା ଅନଲାଇନ ଓ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭର କରି ନିଜ ପ୍ରୟାସରେ ଦ୍ୱିତୀୟ ଥରରେ ସେ ନିଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଗାଁ ଓ ପଞ୍ଚାୟତ ଅଞ୍ଚଳର ସୁନା ଝିଅ ବୋଲି ସମସ୍ତେ ଡାକନ୍ତି। ଲିନ୍ସା ମଧ୍ୟ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିବା ସହ ତାଙ୍କ ବାପା ଇଲିଆସ ପ୍ରଧାନ, ମା’ରୀନା ପ୍ରଧାନ ଏବଂ ବଡ ଭାଇ ଆଶିଷ କୁମାର ପ୍ରଧାନଙ୍କୁ ଶ୍ରେୟ ଦେଇଛନ୍ତି।
ଲିନ୍ସା ପ୍ରାଥମିକ ଶିକ୍ଷା ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତ କରୁମୁଣ୍ଡାଠାରେ ଥିବା ଇଂଲିଶ ମିଡିୟମରେ ଦଶମ ପର୍ଯ୍ୟନ୍ତ ପଢିବା ପରେ ଉଚ୍ଚ ଶିକ୍ଷା ପାଇଁ ନୟାଗଡ଼ ଜିଲା ଏକ ଘରୋଇ ଅନୁଷ୍ଠାନରେ ୨୦୨୧ରେ ଶେଷ କରିଥିଲେ। ପରେ ଯୁକ୍ତ ୩ ପାଇଁ ଭୁବନେଶ୍ୱରରେ ଏକ ଅନୁଷ୍ଠାନରେ ନାମ ଲେଖାଇଥିଲେ, ହେଲେ କୋଚିଂ ନେବାପାଇଁ ଉକ୍ତ ଅନୁଷ୍ଠାନରେ ବ୍ୟବସ୍ଥା ନଥିଲା କି ତାଙ୍କ ପରିବାର କୌଣସି ଭଲ କୋଚିଂ ସେଣ୍ଟରରେ ପଢାଇବା ପାଇଁ ଆର୍ଥିକ ପରିସ୍ଥିତି ଭଲ ନଥିଲା। ସେପଟେ ଉକ୍ତ ଶିକ୍ଷା ଅନୁଷ୍ଠାନରେ ମୋବାଇଲ ବ୍ୟବହାର ମଧ୍ୟ କଟକଣା ରହିଥିଲା। ଫଳରେ ସେ ଘରକୁ ଫେରି କଠିନ ପରିଶ୍ରମ କରି ସଫଳ ହୋଇପାରିଥିବା କହିଛନ୍ତି। ସେ ନିଜ ମୋବାଇଲରୁ ନିଟ ପରୀକ୍ଷା ପାଇଁ ଆବଶ୍ୟକ ବିଷୟ ଡାଉନଲୋଡ଼ କରି ନୋଟ ପ୍ରସ୍ତୁତ କରି ପଢିଥିବା କହିଛନ୍ତି। ଡାକ୍ତରୀ ଛାତ୍ରୀଙ୍କ ବାପା ଜଣେ ଗଣ ଶିକ୍ଷକ ହୋଇଥିବା ବେଳେ ମା’ଅଙ୍ଗନାୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଦୁହିଁଙ୍କ ସ୍ବଳ୍ପ ଦରମାରେ ବଡ଼ ପୁଅ ପୋଷ୍ଟ ଗ୍ରାଜୁଏଟ କରୁଥିବା ବେଳେ ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ ଅନ୍ୟ ଛୋଟ ପୁଅ ଓ ଝିଅ ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଲିନ୍ସାଙ୍କ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri