Posted inଜାତୀୟ

‘ଖାନ ସାର୍‌ଙ୍କ ଉପରୁ ମାମଲା ହଟାଅ’

ପାଟଣା,୨୮।୧: ରେଲଓ୍ବେର ରିକ୍ରୁଟମେଣ୍ଟ ପ୍ରକ୍ରିୟା ବିରୋଧରେ ଚାଲିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ସହ ସମ୍ପୃକ୍ତି ଅଭିଯୋଗରେ ବିହାରର ଖାନ ସାରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାର ଦୁଇ ଦିନ ପରେ ଜଣାଶୁଣା ଲେକଚରଙ୍କ ଉପରୁ ମାମଲା ହଟାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ୍‌)ର ଜାତୀୟ ସଭାପତି ରାଜିବ ରଞ୍ଜନ ସିଂ।

“ ଖାନ କୋଚିଂ ଓ ପାଟଣାସ୍ଥିତ ଅନ୍ୟ କିଛି ଇନ୍‌ଷ୍ଟିଚ୍ୟୁଟ ବିହାର ସମେତ ପୂରା ଦେଶର ଗରିବ ଏବଂ ପ୍ରତିଭାଶାଳୀ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ନିର୍ମାଣ କରୁଛନ୍ତି। ରେଲଓ୍ବେ/ପୋଲିସ ବିନା ବିଳମ୍ବରେ ସେମାନଙ୍କ ବିରୋଧରେ ମାମଲାକୁ ଖାରଜ କରାଯିବା ଉଚିତ। ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ମୁଁ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରୁଛି” ବୋଲି ସେ ଏକ ଟୁଇଟ୍‌ କରିଛନ୍ତି।

ପାଟଣାର ଲୋକପ୍ରିୟ ଶିକ୍ଷକ ଖାନ ସାର୍‌ ଏପର୍ଯ୍ୟନ୍ତ ତାଙ୍କ ପ୍ରକୃତ ନାମ ପ୍ରକାଶ କରି ନାହାନ୍ତି। ସେ ଖାନ ଜିଏସ୍‌ ରିସର୍ଚ୍ଚ ସେଣ୍ଟର ଚଳାନ୍ତି। ସ୍ବତନ୍ତ୍ର ଟିଚିଂ ଷ୍ଟାଇଲ ପାଇଁ ସେ ବେଶ୍‌ ଜଣାଶୁଣା। ସେ ଅନଲାଇନ ଲେକଚର ନିଅନ୍ତି। ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ତାଙ୍କ ଫ୍ୟାନ ଫଲୋଇଂ ଢ଼େର ରହିଛି।

ହିଂସା କାଣ୍ଡରେ ଜଡ଼ିତ ଛାତ୍ରୀଛାତ୍ରଙ୍କ ବୟାନ ଆଧାରରେ ଖାନ ସାର୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସେମାନଙ୍କ କହିବା କଥା ହେଲା, ଖାନ ସାରଙ୍କ ଏକ ଭିଡିଓ ଦେଖିଲା ପରେ ସେମାନେ ହିଂସା ଘଟାଇବାକୁ ପ୍ରେରିତ ହୋଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଖାନ ସାର ଆରଆରବି ଏନ୍‌ଟିପିସି ପରୀକ୍ଷାକୁ ବାତିଲ କରା ନ ଯିବାରୁ ଛାତ୍ରୀଛାତ୍ରଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପ୍ରବର୍ତ୍ତାଇ ଥିବା ଅଭିଯୋଗ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri