କେନ୍ଦୁଝର , ୧୬।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିଲାରେ ରାଜ୍ୟ ଭାଜପା ସମ୍ପାଦିକା ଭାବେ ଆଗଧାଡିର ମହିଳା ନେତ୍ରୀ ମମତା ସିଂଙ୍କୁ ଦାୟିତ୍ୱ ମିଳିଛି । ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମମତା ସିଂଙ୍କୁ ରାଜ୍ୟ ସମ୍ପାଦିକା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଖବର ପାଇବା ପରେ କେନ୍ଦୁଝର ଜିଲାର ପ୍ରମୁଖ ନେତା ଓ କର୍ମୀ ମମତା ସିଂଙ୍କୁ ଏ ନେଇ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ସେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅତି ସୁଚାରୁରୂପେ ସମ୍ପାଦିତ କରିଛନ୍ତି ।


