ମୁଦ୍ରାସ୍ଫୀତି ପାକିସ୍ତାନରେ ରେକର୍ଡ ସ୍ତରରେ, ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରି କରିବାକୁ ବାଧ୍ୟ…

ଇସଲାମାବାଦ୩।୧୦ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯାହା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପରିସ୍ଥିତି ଏପରି ହୋଇଛି ଏକ ପ୍ରସିଦ୍ଧ ଖାଦ୍ୟ ଶୃଙ୍ଖଳା ରେଷ୍ଟୁରାଣ୍ଟ ପାକିସ୍ତାନରେ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରୟ କରିବାକୁ ବାଧ୍ୟ ହେଉଛି। ଏହି ଖାଦ୍ୟ ଶୃଙ୍ଖଳା ଦୁନିଆର କୌଣସି ସ୍ଥାନରେ ତିନି ଇଞ୍ଚର ସାଣ୍ଡୱିଚ ବିକ୍ରୟ କରେ ନାହିଁ, କିନ୍ତୁ ପାକିସ୍ତାନରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ଏହା ତିନି ଇଞ୍ଚର ସାଣ୍ଡୱିଚ ପ୍ରଚଳନ କରିବାକୁ ବାଧ୍ୟ ହୋଇଛି।

ସେପ୍ଟେମ୍ବର ମାସରେ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୩୧.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହା ୨୭.୪ ପ୍ରତିଶତ ଥିଲା। ବାସ୍ତବରେ ପେଟ୍ରୋଲ, ଡିଜେଲ ଏବଂ ଶକ୍ତି ମୂଲ୍ୟରେ ବୃଦ୍ଧି ହେତୁ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି। ନିକଟରେ ପାକିସ୍ତାନ ଦେବାଳିଆ ଅବସ୍ଥାରେ ଥିଲା କିନ୍ତୁ ଆଇଏମଏଫ ଏହାକୁ ତିନି ବିଲିୟନ ଡଲାରର ପ୍ୟାକେଜ ଦେଇ ଗତ ଜୁଲାଇରେ ଦେବାଳିଆରୁ ରକ୍ଷା କରିଥିଲା। ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବା ପାଇଁ ଆଇଏମଏଫ ପାକିସ୍ତାନ ଉପରେ କଠୋର ସର୍ତ୍ତ ଥିଲା। ଯେଉଁ କାରଣରୁ ପାକିସ୍ତାନ ସରକାର ତୈଳ ମୂଲ୍ୟ ବୃଦ୍ଧି କରିଥିଲେ ଏବଂ ଫଳସ୍ବରୂପ, ମେ ମାସରେ ରେକର୍ଡ ୩୮.୦ ପ୍ରତିଶତ ମୁଦ୍ରାସ୍ଫୀତି ହୋଇଥିଲା। ସେଠାରେ ଥିବା ସୁଧ ହାର ମଧ୍ୟ ସର୍ବୋଚ୍ଚ ସ୍ତରରେ ୨୨ ପ୍ରତିଶତରେ ପହଞ୍ଚିଛି।

ପାକିସ୍ତାନୀ ଟଙ୍କାର ମୂଲ୍ୟ ହ୍ରାସ ସେମାନଙ୍କ ସମସ୍ୟାକୁ ମଧ୍ୟ ବଢ଼ାଇ ଦେଇଛି। ତେବେ ଅଗଷ୍ଟରେ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ସେପ୍ଟେମ୍ବରରେ ପାକିସ୍ତାନୀ ଟଙ୍କାର ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି। ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ରିପୋର୍ଟରେ କହିଛି ଆସନ୍ତା କିଛି ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ପ୍ରାୟ ୨୯-୩୧ ପ୍ରତିଶତ ରହିବ ଏବଂ ଆସନ୍ତା ବର୍ଷ ଆରମ୍ଭରେ ଏଥିରେ କିଛି ମାତ୍ରାରେ ଆରାମ ମିଳିପାରେ।

ପାକିସ୍ତାନରେ ତୈଳ ଏବଂ ଗ୍ୟାସ ନିୟାମକ ପ୍ରାଧିକରଣ ଏଲପିଜି ମୂଲ୍ୟ କିଲୋଗ୍ରାମ ପିଛା ୨୦.୮୬ ଟଙ୍କା ବୃଦ୍ଧି କରିଛି, ଏହା ପରେ ସେଠାରେ ଏଲପିଜି କିଲୋଗ୍ରାମ ୨୬୦.୯୮ ଟଙ୍କାରେ ବିକ୍ରି ହେଉଛି। ଏଥି ସହିତ ଘରୋଇ ସିଲିଣ୍ଡରର ମୂଲ୍ୟ ୩୦୭୯.୬୪ଟଙ୍କାକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?