ଷ୍ଟାର୍ଟଅପରେ ପ୍ରତିବର୍ଷ ୧୦ ପ୍ରତିଶତ ବୃଦ୍ଧି, ପୃଥିବୀରେ ଭାରତ ତୃତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୨୩।୨ : ଦେଶରେ ଷ୍ଟାର୍ଟଅପ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇଛି। ସେଗୁଡ଼ିକୁ ମଜବୁତ କରିବା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତରେ ଷ୍ଟାର୍ଟଅପ କମ୍ପାନୀ ସଂଖ୍ୟା ପ୍ରତିବର୍ଷ ୧୦ ପ୍ରତିଶତ ହାରରେ ବୃଦ୍ଧି ହେବାରେ ଲାଗିଛି। ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ନାସସ୍କୋମ ସେଣ୍ଟର୍‌ ଅଫ ଏକ୍ସଲେନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସଞ୍ଜୀବ ମଲହୋତ୍ରା କହିଛନ୍ତି ଯେ ଦେଶରେ ଷ୍ଟାର୍ଟଅପ କମ୍ପାନୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଅଧିକାଂଶ ଷ୍ଟାର୍ଟଅପ କମ୍ପାନୀଗୁଡିକ ପ୍ରୟୋଗ(ଆପ୍ଲିକେଶନ) କ୍ଷେତ୍ରରେ ଜଡିତ ରହିଛନ୍ତି। ସେହିପରି ସଫ୍ଟୱେର୍‌ ସେବା ଉପରେ ଆଧାରିତ ବହୁ ଷ୍ଟାର୍ଟଅପ କମ୍ପାନୀ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନୁସନ୍ଧାନର ମୁଖ୍ୟ କ୍ଷେତ୍ରରେ ଷ୍ଟାର୍ଟଅପ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସମଗ୍ର ବିଶ୍ୱରେ ଭାରତ ଷ୍ଟାର୍ଟଅପ କ୍ଷେତ୍ରରେ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ ଇକୋସିଷ୍ଟମ ପାଲଟି ପାରିଛି।

୨୦୧୬-୧୭ରେ ଏହାର ସଂଖ୍ୟା କେବଳ ୭୩୩ ଥିବାବେଳେ ୨୦୨୧-୨୨ରେ ଦେଶରେ ନୂତନ ଷ୍ଟାର୍ଟଅପ କମ୍ପାନୀଗୁଡିକର ସଂଖ୍ୟା ୧୪,୦୦୦ ରୁ ଅଧିକରେ ପହଞ୍ଚିଛି। ମାଲହୋତ୍ରା କହିଛନ୍ତି ଯେ ଭାରତରେ ଅଧିକ ୟୁନିକୋର୍ନ (ମୂଲ୍ୟ ୧ ବିଲିୟନ ଡଲାରରୁ ଅଧିକ) ଷ୍ଟାର୍ଟଅପ ତିଆରି ହେଉଛି। ୨୦୨୧ରେ, ୪୪ ଟି ଭାରତୀୟ ଷ୍ଟାର୍ଟଅପ ୟୁନିକୋର୍ନ ମାନ୍ୟତା ହାସଲ କରିଛନ୍ତି। ଇତିମଧ୍ୟରେ ଦେଶରେ ୟୁନିକୋର୍ନର ସଂଖ୍ୟା ୮୩ କୁ ବୃଦ୍ଧି ପାଇଛି।

ଏହି କାରଣରୁ, ଏହି କମ୍ପାନୀଗୁଡିକର ମୋଟ ସମ୍ପତ୍ତି ୧୦୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଷ୍ଟାର୍ଟଅପ ମାଧ୍ୟମରେ, ୧୪ ଲକ୍ଷ ଲୋକ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପାଇଛନ୍ତି। ଦେଶର ଷ୍ଟାର୍ଟଅପ ଇକୋସିଷ୍ଟମ ଉପରେ ନିବେଶକମାନେ ବହୁତ ଆଗ୍ରହ ଦେଖାଉଛନ୍ତି। ଏହି କାରଣରୁ ଏହି ୟୁନିଟ ଗୁଡିକରେ ପୁଞ୍ଜି ବିନିଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ତଥ୍ୟ ଅନୁଯାୟୀ ଷ୍ଟାର୍ଟଅପରେ ବାର୍ଷିକ ବିନିଯୋଗ ୧୧ ବିଲିୟନ ଡ଼ଲାରରୁ ୩୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ମ ଦିନ ସୁଦ୍ଧା ୧.୭୯ ଗୁଣା ସବ୍‌ସ୍କ୍ରିପ୍ସନ୍‌

ନୂଆଦିଲ୍ଲୀ,୯।୫: ଛୁଟିଦିନଗୁଡ଼ିକରେ ମଧ୍ୟ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)କୁ ନିବେଶକଙ୍କର ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି। ଓପନ୍‌ ହେବାର ୫ମ...

ବିଓଏମ୍‌ର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୧୮।୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବିଓଏମ୍‌ର ନେଟ୍‌ ସୁଧ...

ଏଲ୍‌ଭିବିି ମୁଖ୍ୟ ପଦବୀ ଦୌଡରେ ୭୦ ବରିଷ୍ଠ ଅଧିକାରୀ

ମୁମ୍ବାଇ,୨୯-୧୦: ତାମିଲନାଡୁ ଭିତ୍ତିକ ଲକ୍ଷ୍ମୀ ବିଳାସ ବ୍ୟାଙ୍କ(ଏଲ୍‌ଭିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀ ଲାଗି ୭୦ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଦୌଡରେ...

ଦେଶରେ ସୁନା ଦର;ବର୍ଷକରେ ୮, ଦଶନ୍ଧିରେ ୨୭ ହଜାର ଟଙ୍କା ବଢ଼ିଛି

ନୂଆଦିଲ୍ଲୀ,୨୭-୮: ଗତ ଏକ ଦଶନ୍ଧି ଭିତରେ ଦେଶରେ ସୁନା ଦର(୨୪ କ୍ୟାରେଟ ପ୍ରତି ୧୦ ଗ୍ରାମ) ଅତ୍ୟଧିକ ବଢ଼ିଯାଇଛି। ୧୯୬୪ରେ ସୁନା ଦର ୬୩.୨୫ ଟଙ୍କା...

ଭଙ୍ଗା ଚାଉଳ ରପ୍ତାନିକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ,୧୪।୧୦: ଗତ କିଛିଦିନ ହେବ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟନ ଟନ ଭଙ୍ଗା ଚାଉଳ (ବ୍ରୋକେନ ରାଇସ) ରପ୍ତାନି ନ ହୋଇ ପଡିରହିଛି। କାରଣ ଭାରତ...

ନୂଆ ରେକର୍ଡ ସ୍ତରରେ ସେନ୍‌ସେକ୍ସ

ମୁମ୍ବାଇ: ଭାରତୀୟ ଶେୟାର ବଜାରର ବୃଦ୍ଧି ଧାରା ଜାରି ରହିଛି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ,...

ଚୂଡାନ୍ତ ପର୍ଯ୍ୟାୟରେ ଫ୍ୟୁଚର ଗ୍ରୁପ-ରିଲାଏନ୍ସ ଡିଲ୍‌

ମୁମ୍ବାଇ,୫।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଫ୍ୟୁଚର ଗ୍ରୁପ ଅଧିଗ୍ରହଣ ଡିଲ୍‌ ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଏଥି ଯୋଗୁ ରିଲାଏନ୍ସର ମଙ୍ଗଳବାର ଶେୟାର କାରବାରରେ ବେଶ ଉନ୍ନତି...

ଚନ୍ଦା କୋଚରଙ୍କୁ ସମନ

ନୂଆଦିଲ୍ଲୀ,୭।୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ସ୍ବତନ୍ତ୍ର କୋର୍ଟ ସମନ କରିଛି। ଘରୋଇ କମ୍ପାନୀ ଭିଡିଓକନ ଗ୍ରୁପ୍‌ର ଅଧ୍ୟକ୍ଷ ଭେନୁଗୋପାଳ ଧୂତ୍‌ଙ୍କୁ କୋଚର...

Advertisement
Archives

Model This Week