ରାଜଧାନୀରେ ଶୀତ ଗାଏବ: ୨ ଦିନରେ ୬.୬ ଡିଗ୍ରୀ ତାପମାତ୍ରା ବୃଦ୍ଧି

ଭୁବନେଶ୍ୱର,୨୦।୧୧: ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି। ହେଲେ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଏବେ ରାଜଧାନୀରୁ ଏବେ ଶୀତ ଗାଏବ ହୋଇଯାଇଛି।

ରାତିରେ ତାପମାତ୍ରା ବଢିବା ସହ ୧୮ ଓ ୧୯ ତାରିଖରେ ରାଜଧାନୀରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବା ବେଳେ ଏବେ ହଠାତ ଆକାଶରେ ବାଦଲ ଦେଖିବାକୁ ମିଳିଛି। ଏହା ଦ୍ବାରା ଭୁବନେଶ୍ବରରେ ରାତି ତାପମାତ୍ରା ବିଢିଛି। ତେବେ ୨ ଦିନ ଭିତରେ ରାଜଧାନୀରେ ତାପମାତ୍ରା ବୃଦ୍ଧି ଘଟିଛି।

Dharitri – Odisha’s No.1 Odia Daily