ଏହି ଦିନ ଯାଏ ଲାଗି ରହିବ ଶୀତ: ପଶ୍ଚିମାଝଡ଼ ପ୍ରଭାବରେ…

ଭୁବନେଶ୍ୱର,୧୪।୧ (ବନ୍ଦନା ସେଠୀ):ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜାନୁଆରୀ ୧୭ ପର୍ଯ୍ୟନ୍ତ ଶୀତ ପ୍ରଭାବ ରହିବ ଏବଂ ପଶ୍ଚିମାଝଡ଼ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି। ତେବେ ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୪.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ସେହିପରି ଫୁଲବାଣୀରେ ୭, ରାଉରକେଲାରୁ ୭, ଝାରସୁଗୁଡାରେ ୭.୨, ଦାରିଙ୍ଗିବାଡ଼ିରେ ୮, ସେମିଳିଗୁଡାରେ ୮.୧, ଅନୁଗୋଳରେ ୮.୮, କିରେଇରେ ୮.୯, କେନ୍ଦୁଝରରେ ୯.୪, ଚିପିଲିମାରେ ୯.୫ ଏବଂ ସୁନ୍ଦରଗଡ଼ରେ ୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

 

Dharitri – Odisha’s No.1 Odia Daily