ଭୁବନେଶ୍ୱର,୮ା୧: ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏ ଶୀତ ଜାରି ରହିବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଗୁରୁବାର ସୂଚନା ଦେଇଛନ୍ତି। ରାଜ୍ୟର ୨୪ଟି ସହରରେ ରାତିର ତାପମାତ୍ରା ୧୦ କିମ୍ୱା ତାଠୁ କମ୍ ରହିଥିବା ଜଣାପଡିଛି। ଜି. ଉଦୟଗିରିରେ ରାତିରେ ତାପମାତ୍ରା ୨.୫ ଡିଗ୍ରୀକୁ ଖସି ଆସିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ମଧ୍ୟ ୯.୪କୁ କମି ଆସିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଗତ ୯ରୁ ୧୦ ଦିନ ହେବ ଶୀତ ପ୍ରକୋପ ଲାଗି ରହିଛି । ଏଭଳି ଲଗାତାର ଶୀତ ପ୍ରକୋପ ବିଗତ ବର୍ଷମାନଙ୍କରେ କେବେ ଅନୁଭୂତ ହୋଇ ନ ଥିଲା। ବୁଧବାର ଜି.ଉଦୟଗିରିର ସର୍ୱନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ, ରହିଥିବା ବେଳେ ଫୁଲବାଣୀ ୬, ଦାରିଙ୍ଗିବା ୬, ସେମିଳିଗୁଡା ୬.୧, କୋରାପୁଟ ୭, ରାଉରକେଲା ୮.୨, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୋଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬, ବଲାଙ୍ଗୀର ୧୦.୮, ରାୟଗଡା ୧୧, ସୋନପୁର ୧୧, ଢେଙ୍କାନାଳ ୧୧.୩, ସୁନ୍ଦରଗଡ ୧୦.୬, ସମ୍ୱଲପୁର ୧୧.୮ ଓ ନୂଆପଡ଼ାରେ ୧୨ ଡିଗ୍ରୀ ଥିଲା । ଉପକୂଳ ଓ ଭୁବନେଶ୍ୱର ୧୩.୨ ଓ କଟକ ୧୩, ଜଗତସିଂହପୁର ୧୨.୬, କେନ୍ଦ୍ରାପଡ଼ା ୧୨.୬ ଡିଗ୍ରୀ ରହିଥିବା ସୂଚନା ମିଳିଛି।