ପାରଦ ତଳମୁହାଁ: ଦୁଇଦିନ ପରେ ବଢ଼ିବ ଶୀତ, ଥରିବ ଓଡ଼ିଶା

ଭୁବନେଶ୍ୱର, ୭ା୧୧ (ବନ୍ଦନା ସେଠୀ): ରାଜ୍ୟରେ ଧିରେ ଧିରେ ପାରଦ ତଳମୁହାଁ ହେଉଥିବାବେଳେ ଶୀତ ଅନୁଭୂତ ହେବାରେ ଲାଗିଛି। ଆଉ ୨ଦିନ ପରେ ଶୀତ ଆହୁରି ବଢିବ। ଆଗାମୀ ୪୮ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ସହ ଅଧିକ ଶୀତ ଅନୁଭୂତ ହେବ ବୋଲି ଗୁରୁବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ଆଭ୍ୟନ୍ତରୀଣ ଓ ପାହାଡିଆ ଅଞ୍ଚଳରେ ଶୀତର ମାତ୍ରା ବଢ଼ିବା ଆରମ୍ଭ ହୋଇଛି। ଉତ୍ତରା ବାୟୁ ସହିତ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁ ଆସନ୍ତା ୯ ତାରିଖ ବେଳକୁ ପାହାଡିଆ ଅଞ୍ଚଳର କିଛି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଆଗାମୀ ୭୨ ଘଣ୍ଟାରେ ୧୬ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ସମ୍ଭାବନା ରହିଛି। ତେବେ ପୂର୍ବବର୍ଷ ଅପେକ୍ଷା ଚଳିତ ନଭେମ୍ବରରେ ସ୍ବଳ୍ପ ଶୀତ ଅନୁଭବ ହେବ। ଗୁରୁବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିଛି। ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରହିଥିଲା। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଏବଂ କଳାହାଣ୍ଡି ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କୁହୁଡି ପଡିଛି।
ଅପରପକ୍ଷେ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ପାଗ ଶୁଖିଲା ରହିବ। ମାତ୍ର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri