Posted inଜାତୀୟ

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ସବୁ ଦଳର ସହଯୋଗ କାମନା କରିଥିଲେ। ଅନ୍ୟପକ୍ଷରେ ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଉପରେ ତୁରନ୍ତ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଥିବାରୁ ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ତୁମ୍ବିତୋଫାନ ଲାଗିରହିବାର ଆଭାସ ମିଳୁଛି।
ବରିଷ୍ଠ ଭାଜପା ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ୩୦ ଦଳରୁ ୪୨ ଜଣ ନେତା ଯୋଗଦେଇଥିଲେ। ଆଦାନୀ ପ୍ରସଙ୍ଗ ଉପରେ ଆଲୋଚନାକୁ ପ୍ରାଧାନ୍ୟ ଦେବା ସହ ମଣିପୁର ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ଲୋକ ସଭାର ବିରୋଧୀ ଦଳ ଉପନେତା ଗୌରବ ଗୋଗେଇ ଦାବି କରିଥିଲେ। ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ଲୋକ ସଭା ବାଚସ୍ପତି ଏବଂ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ସହମତିକ୍ରମେ ଉଭୟ ଗୃହର ବିଜ୍‌ନେସ୍‌ ଆଡ୍‌ଭାଇଜରି କମିଟି ଏହା ଉପରେ ନିଷ୍ପତ୍ତି ନେବ। ଶୀତ ଅଧିବେଶନ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଓ୍ବକ୍‌ଫ ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି।...

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା...

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାହାଡାଗୁଡ଼ା ଗ୍ରାମ ବୁଲାଣି ରାସ୍ତାକଡରୁ ମଙ୍ଗଳବାର ସକାଳେ ପାଟପୁର ପୋଲିସ ଜଣେ ଯୁବକଙ୍କ...

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ଭାରତର ବଡ଼ ଆକ୍ସନ! ଦେଉଥିଲେ ପରମାଣୁ ବୋମାର ଧମକ

ନୂଆଦିଲ୍ଲୀ,୨୯।୪: ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହି...

ମିଳିଗଲା ପାକିସ୍ତାନ ବିରୋଧରେ ଏକ ବଡ଼ ପ୍ରମାଣ: ଏବେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରେ...

କିଏ ଲିପ୍ଟରେ ଫସିଗଲେ ତ କିଏ ଟ୍ରେନରେ…, ସ୍ପେନ-ପର୍ତ୍ତୁଗାଲରେ ବ୍ଲାକଆଉଟ ପରେ ପରିସ୍ଥିତି ଅସମ୍ଭାଳ

ମ୍ୟାଡ୍ରିଡ,୨୯।୪: ସ୍ପେନ ଏବଂ ପର୍ତ୍ତୁଗାଲର କିଛି ସ୍ଥାନରେ ବିଦ୍ୟୁତ ବିଭ୍ରାଟ ପରେ, ପରିସ୍ଥିତି ଏବେ ସୁଧାର ହେବାରେ ଲାଗିଛି। ତଥାପି, ଏହି ଉଭୟ ଦେଶର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri