୨୦ ଦିନ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନ ଧାର୍ଯ୍ୟ ତାରିଖ ପୂର୍ବରୁ ଶୁକ୍ରବାର ଶେଷ ହୋଇଛି। ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ଅଧିବେଶନକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଅନ୍ୟପକ୍ଷେ ଭାଜପା ବିଧାୟକ ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସି ଏହାର ପ୍ରତିବାଦ କରିଛନ୍ତି।

ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହ ଆରମ୍ଭରୁ ଅଚଳାବସ୍ଥା ଜାରି ରହିଥିଲା। ଏପରିକି ଅଧିବେଶନରେ ଗୋଟିଏ ଦିନ ମଧ୍ୟ ସ୍ବଭାବିକ ଭାବେ ଗୃହ କାର୍ଯ୍ୟ ହୋଇନାହିଁ। ଅନ୍ୟପକ୍ଷେ ଡିସେମ୍ବର ୩ ତାରିଖରେ ମମିତା ମେହେର ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଥିଲେ। ଏହା ସାତ୍ତ୍ୱେ ଶାନ୍ତ ହୋଇ ନ ଥିଲେ ବିରୋଧୀ।

ଅଧିବେଶନରେ ପ୍ରବଳ ହଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ। ଏହା ସହିତ ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି।

Share