ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହ ଶୀତଳତମ ସହର ଭାବେ ପରିଗଣିତ ହୋଇଛି।

ରାଜ୍ୟ ପାଣିପାଗ ବିଭାଗର ସୂଚନାନୁସାରେ, ସୋମବାର ଜି.ଉଦୟଗିରିରେ ତାପମାତ୍ରା ୪.୩ ଡିଗ୍ରୀ ଥିବାବେଳେ ସେମିଳିଗୁଡ଼ାରେ ୪.୬ ଡିଗ୍ରୀ, ଫୁଲବାଣୀରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୭.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, ରାଉରକେଲାରେ ୭.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି।

ସେହିପରି ଚିପିଲିମାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ ଅନୁଗୋଳରେ ୮.୮ ଡିଗ୍ରୀ, କିରେଇରେ ୮.୯ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି। କାମଧନ୍ଦାକୁ ଯିବା ଶ୍ରମିକମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ନୂଆ ବିବାଦ: କଳା ପଟ୍ଟି ପିନ୍ଧି ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ!

ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ୭ରେ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଟୁର୍ନାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି।…

ଟି-୨୦ ବିଶ୍ୱକପରେ ପାକିସ୍ତାନ ଖେଳିବ ନା ନାହିଁ? ଏହି ଦିନ ହେବ ନିଷ୍ପତ୍ତି, PCB ମୁଖ୍ୟ କହିଲେ….

ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି । ତଥାପି, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନୀ କ୍ରିକେଟକୁ ନେଇ ଚାଲିଥିବା…

Bank Strike: ବ୍ୟାଙ୍କ ଧର୍ମଘଟ ପାଇଁ ମିଳିଲା ନିର୍ଦ୍ଦେଶ, ପ୍ରଭାବିତ ହେବ ନାହିଁ ଗ୍ରାହକ ସେବା!

ନୂଆଦିଲ୍ଲୀ,୨୭।୧: ମଙ୍ଗଳବାର ବ୍ୟାଙ୍କ ୟୁନିଅନଗୁଡ଼ିକ ଦ୍ୱାରା ପୂର୍ଣ୍ଣ ଦିବସ ଧର୍ମଘଟ ଘୋଷଣା ପରେ, ସରକାର ଏବଂ ବ୍ୟାଙ୍କଗୁଡ଼ିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସୋମବାର ଏହାକୁ ନେଇ ଏକ…

ଗ୍ରାମସଭାରେ ଗର୍ଜିଲେ ଜନତା: ପିଇଓ ଅନୁପସ୍ଥିତ, ବିକାଶ ନାଁରେ ପ୍ରହସନକୁ ନେଇ ସରପଞ୍ଚ ଓ ADEOଙ୍କୁ…

ଥୁଆମୂଳ ରାମପୁର, ୨୭|୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ଅବସରରେ ସୋମବାର ଅନୁଷ୍ଠିତ ଗ୍ରାମସଭାରେ ଏକ…

ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ଦୁଇ ଗୁରୁତର

ଜି.ଉଦୟଗିରି,୨୬।୧(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ…

‘ହେଲୋ ପଏଣ୍ଟ’ ପ୍ରହସନ: ୨୦ ଲକ୍ଷ ଟଙ୍କା ଗଲା କୁଆଡ଼େ

ଥୁଆମୂଳ ରାମପୁର, ୨୬ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଷାବରା ‘ହେଲୋ ପଏଣ୍ଟ’ ଏବେ ଏକ ଭିନ୍ନ  ସ୍ଥିତିରେ। ଆଦିବାସୀ ସଂସ୍କୃତିର ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri