ଶୀତରେ ଥରୁଛି ରାଜଧାନୀ: ହାଡ଼ ଭଙ୍ଗା ଶୀତକୁ କୋହଲା ପାଗ

ଭୁବନେଶ୍ୱର,୭।୧: ଭୁବନେଶ୍ୱରରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ। ସକାଳ ୫ଟା ୩୦ରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ଓ ବାଲେଶ୍ୱରରେ ୧୧.୨ ଡିଗ୍ରୀ ତାପମାତ୍ରା ରହିଛି। କେନ୍ଦୁଝର ୯.୨, ଚାନ୍ଦବାଲି ଓ ପାରାଦୀପରେ ୧୨.୪ ଡିଗ୍ରୀ।

ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୀତ କମିବାରେ ନାମ ଧରୁନି । ଆହୁରି ପ୍ରବଳ ଶୀତ ପଡିବ । ଏବେ ସନ୍ଧ୍ୟା ନଇଁ ଆସିବା କ୍ଷଣି ସାଥିରେ ଶୀତ ମାଡି ଆସୁଛି । ଘନ କୁହୁଡି ଓ ସୁଲୁସୁଲିଆ ଦକ୍ଷିଣା ପବନ ଶୀତକୁ ଦ୍ବିଗୁଣିତ କରୁଛି । ଘରୁ ଗୋଡ଼ କାଡିବା ମୁସ୍କିଲ ହୋଇପଡୁଛି। ଏବେ ଭାରତ ମହାସାଗରରେ ଆଉ ଏକ ଲଘୁଚାପ ଘନୀଭୂତ ହେଉଥିବା ବେଳେ ଦିନରେ କେତେବେଳେ ଖରା ଆଉ କେତେବେଳେ ପାଗ ମେଘୁଆ ସହ କୋହଲା ପାଗ ହେଉଛି। ଫଳରେ ଶୀତ ଦ୍ବିଗୁଣିତ ହେଉଛି। ୫୯ ନଂ ଜାତୀୟ ରାଜପଥ ଉପରେ ଘନ କୁହୁଡି ଯୋଗୁ ଗାଡି ଚଳାଚଳରେ ବଡ଼ ବାଧକ ସାଜିଛି । ବିଳମ୍ବିତ ରାତି ଠାରୁ କୁହୁଡି ଆରମ୍ଭ ହୋଇ ସକାଳ ୯ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି । ଅସହ୍ୟ ଜାଡ଼ ଯୋଗୁ ଅଞ୍ଚକବାସୀ ପ୍ରାତଃ ଭ୍ରମଣ ସହ ଯୋଗାଭ୍ୟାସ ଓ ପ୍ରାଣାୟାମ କରି ଦେହକୁ ଉଷୁମ କରିବା ସହ ଫିଟ ରଖୁଛନ୍ତି । ସେହିପରି ଅନ୍ୟମାନେ ମଧ୍ୟ ନିଆଁ ଲଗାଇ ନିଆଁ ପୁଆଉଁଥିବା ଓ ଖରାରେ ରହି ଦେହକୁ ଉଷୁମ କରୁଥିବା ଦେଖିବାକୁ ମିଳିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଲିଠାରୁ ବସ୍‌-ଟ୍ରକ୍‌ ଡ୍ରାଇଭରଙ୍କ ବଡ଼ ଆନ୍ଦୋଳନ ଡାକରା, ୩ଦିନ ଯାଏ ଯାତାୟତ ଠପ୍‌!

ମୁମ୍ୱାଇ,୫।୩: ମହାରାଷ୍ଟ୍ର ପରିବହନକାରୀ କାର୍ଯ୍ୟ କମିଟି (ଏମ-ଟିଏସ) ଶୁକ୍ରବାର ଠାରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି। ମାର୍ଚ୍ଚ ୨ ତାରିଖରେ MSRTC ମୁଖ୍ୟାଳୟରେ…

ଅଧରାତିରେ କୂଅରେ ପଡ଼ିଗଲା ଦନ୍ତା ହାତୀ: ଆଉ ତା’ପରେ…

କେନ୍ଦୁଝର,୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ଗତ କାଲି ରାତିରେ ଏକ ବୟସ୍କ…

ଟି୨୦ ବିଶ୍ୱକପରେ ଇତିହାସ ରଚିଲେ ଫିନ ଆଲେନ: ଭାଙ୍ଗିଲେ ୫ ବଡ଼ ରେକର୍ଡ

କୋଲକାତା,୫।୩: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଫିନ ଆଲେନ ୨୦୨୬ ଟି୨୦ ବିଶ୍ୱକପ ର ପ୍ରଥମ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୩ ବଲ୍‌ରେ ଶତକ ହାସଲ କରି…

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri