ଜୀବିକା ଆଗରେ ଫିକା ପଡ଼ିଛି ହାଡ଼ଭଙ୍ଗା ଶୀତ, ପନିପରିବା ଧରି ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଲାଗି ରହିଛି ହାଡ଼ଭଙ୍ଗା ଶୀତ। କିଛିଦିନ ଧରି କ୍ରମାଗତ ତାପମାତ୍ରା କମ୍‌ ରହିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥିଯୋଗୁ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହେଉଛି। ସକାଳୁ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଛି। ଏତେ ଶୀତରେ ମଧ୍ୟ ସକାଳୁ ସତେଜ ପନିପରିବା ଧରି ବିକ୍ରି ପାଇଁ ବଜାରକୁ ଆସୁଛନ୍ତି ଚାଷୀ। ଶାଗ, ଫୁଲକୋବି, ବନ୍ଧାକୋବି, ବିନ୍‌ସଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ଥାନୀୟ ଉତ୍ପାଦିତ ପନିପରିବା ବିକ୍ରି କରୁଛନ୍ତି। ଏଥିପାଇଁ ଗ୍ରାହକଙ୍କର ସ୍ବତନ୍ତ୍ର ଚାହିଦା ରହିଥିବା ବେଳେ ଭିଡ଼ ମଧ୍ୟ ଜମୁଛି । ଚାଷୀମାନେ ମଧ୍ୟ ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି। ବର୍ଷ ତମାମ ଆମେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଥାଉ। ଏହା ଆମର ନିତିଦିନିଆ କାମ। ସକାଳୁ ୨/୪ ଘଣ୍ଟାରେ ବିକ୍ରି କରି ଗାଁକୁ ଫେରିଯାଉ। ଖରା, ବର୍ଷା, ଶୀତ ସବୁ ଋତୁରେ ଆମେ ଏମିତି ଆସୁ ବୋଲି କୁହନ୍ତି ସଲାଙ୍ଗିଆ ଅଞ୍ଚଳର ରମା ନାୟକ।

Dharitri – Odisha’s No.1 Odia Daily