ପ୍ରିପ୍‌ଲାଡରର ବାଜିମାତ୍‌

ନୂଆଦିଲ୍ଲୀ,୧୮ା୩: ଦେଶର ପ୍ରମୁଖ ଅନ୍‌ଲାଇନ ମେଡିକାଲ ପ୍ରସ୍ତୁତି ପ୍ଲାଟ୍‌ଫର୍ମ ‘ପ୍ରିପ୍‌ଲାଡର’ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପୋଷ୍ଟ ଗ୍ରାଜୁଏଶନ (ପିଜି)-୨୦୨୩ ବା ନିଟ୍‌ ପିଜି-୨୦୨୩ ପରୀକ୍ଷା ଫଳାଫଳରେ ବାଜିମାତ୍‌ କରିଥିବା ସୂଚନା ମିଳିଛି। ଏପରିକି ନିଟ୍‌ ପିଜି-୨୦୨୩ ପରୀକ୍ଷା ଫଳାଫଳ ଅନୁସାରେ ଶ୍ରେଷ୍ଠ ୧୦ଜଣ ସର୍ବଭାରତୀୟ ର଼୍ୟାଙ୍କଧାରୀ (ଏଆଇଆର୍‌)ଙ୍କ ମଧ୍ୟରୁ ୮ ଛାତ୍ର ପ୍ରିପ୍‌ଲାଡରର ବୋଲି ଜଣାପଡ଼ିଛି। ଅପରପକ୍ଷରେ ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ସାମିନେନ୍ସ(ଏନ୍‌ବିଇ) ଦ୍ୱାରା ପରିଚାଳିତ ନିଟ୍‌ ପିଜି-୨୦୨୩ ପରୀକ୍ଷାର ଫଳାଫଳ ନିକଟରେ ପ୍ରକାଶ ପାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଏଆଇଆର୍‌ ଧାରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଉକ୍ତ ନାମ ଅନୁସାରେ ଶ୍ରେଷ୍ଠ-୧୦ (ଟପ୍‌-୧୦) ର଼୍ୟାଙ୍କରେ ପ୍ରିପ୍‌ଲାଡରର ୮ଜଣ ଛାତ୍ର ସାମିଲ ଥିବା ଜଣାପଡ଼ିଛି। ଏପରିକି ଶ୍ରେଷ୍ଠ ୧୦ ଏଆଇଆର୍‌ ର଼୍ୟାଙ୍କଧାରୀଙ୍କ ମଧ୍ୟରୁ ୮ଜଣ ପ୍ରିପ୍‌ଲାଡରର ଏବଂ ଉକ୍ତ ୮ର଼୍ୟାଙ୍କଧାରୀଙ୍କ ମଧ୍ୟରେ ଏଆଇଆର୍‌ ୧, ୨, ୩, ୪, ୫, ୬, ୭ ଏବଂ ୧୦ ର଼୍ୟାଙ୍କ ଅନ୍ତର୍ଭୁକ୍ତ ରହିଛି। ବିଶେଷକରି ନିଟ୍‌ ପିଜି, ଏମ୍‌ବିବିଏସ୍‌ ସ୍ନାତକମାନଙ୍କ ପାଇଁ ଏକ ଜାତୀୟ ସ୍ତରର ଯୋଗ୍ୟତା ଏବଂ ର଼୍ୟାଙ୍କିଙ୍ଗ୍‌ ପରୀକ୍ଷା,ଯାହାକି ଦେଶର ସରକାରୀ ଏବଂ ବେସରକାରୀ ମେଡିକାଲଗୁଡ଼ିକରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁସରଣ କରିବାକୁ ହୋଇଥାଏ। ଉଲ୍ଲେଖଯୋଗ୍ୟ, ପ୍ରିପ୍‌ଲାଡରର ଶ୍ରେଷ୍ଠ ସ୍କୋରରଙ୍କ ମଧ୍ୟରେ ଜୟପୁରର ଡା. ଆରୁଷୀ ନରୱାନି ୮୦୦ରୁ ୭୨୫ ସହ ଏଆଇଆର୍‌-୧ରେ ସ୍ଥାନ ପାଇଛନ୍ତି। ସେହିଭଳି ଭଡୋଦରାରୁ ଡା. ପ୍ରେମ ତିଲକ ପାଲାନି- ଏଆଇଆର୍‌-୨, ଚାର୍କି ଦାଦ୍ରିରୁ ଡା. ରୂପେଶ ଥୋଲିଆ ଏଆଇଆର୍‌-୩ ସ୍ଥାନରେ ରହିଛନ୍ତି। ଏପରିକି ୧୨ ଓ ୩ ର଼୍ୟାଙ୍କର ଛାତ୍ର ଉଭୟ ୭୨୧ ନମ୍ବର ହାସଲ କରିଛନ୍ତି। ସେହିପରି ଭଡୋଦରାରୁ ଡା. ଆକାଶ ସେଠୀ ଏଆଇଆର୍‌-୪ (୭୧୮), ମୁମ୍ବାଇର ଡା. ମାଚାଭେ ଆମିୟା ପ୍ରସାଦ ଏଆଇଆର୍‌-୫ (୭୧୭), ଲଡ୍‌ୱାରୁ ଡା. କେଶବ ଗର୍ଗ ଏଆଇଆର୍‌-୬ (୭୧୬) ଏବଂ ଦିଲ୍ଲୀରୁ ଡା. ସାଗର ଲାମ୍ବା ଏଆଇଆର୍‌-୧୦ (୭୧୧) ସ୍ଥାନରେ ରହିଛିନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri