ଭୁବନେଶ୍ୱର, ୨୫।୧୦: ଆସୁଛି ବାତ୍ୟା ମୋନ୍ଥା । ବଙ୍ଗୋପସାଗରରେ ଆାସୁଥିବା ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍ ଦେଇଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ବଢିବ ପବନର ବେଗ । ୨୭ ତାରିଖରେ ବାତ୍ୟା ମୋନ୍ଥା ସୃଷ୍ଟି ହେବା ପରେ ନେବ ଭୀଷଣ ବାତ୍ୟାର ରୂପ । ୨୮ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ବା IMD । ସମ୍ଭାବ୍ୟ ବାତ୍ୟାର ନୂଆ ଟ୍ରାକ୍ ମଧ୍ୟ ଜାରି କରାଯାଇଛି ।
ତେବେ ନୂଆ ଟ୍ରାକ୍ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଥିବା ବେଳେ ପବନର ବେଗ ୧୦୦କିମି ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ପୂର୍ବରୁ ପବନର ବେଗ ୭୦/୮୦କିମି ରହିବା ନେଇ ସୂଚନା ଦେଇଥିଲା ପାଣିପାଗ ବିଭାଗ । ଏବେ ତାହା ୧୦୦ ଛୁଇଁବା ନେଇ ଆକଳନ କରାଯାଉଛି ।
ଏବେ ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା ମୋନ୍ଥା । ବର୍ତ୍ତମାନ ପାଇଁ ଓଡ଼ିଶାକୁ ସେତେ ବଡ଼ ବିପଦ ନାହିଁ ସତ କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୭ରୁ ୨୯ ମଧ୍ୟରେ ଭାରି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ବିଶେଷକରି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ ।