Posted inରାଜ୍ୟ

ଯାଜପୁର ଦେଖିବ ଉପନିର୍ବାଚନ? ଗଣେଶ୍ୱର ବେହେରାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୩।୧୦: ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ ବିଧାନସଭା ନିର୍ବାଚନ ସରିଥିବାବେଳେ ବବି ଆଉ କେଉଁ ନିର୍ବାଚନ ଲଢିବାକୁ କହୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଯାଜପୁରରେ ପୁଣିଥରେ ଉପନିର୍ବାଚନ ହୋଇପାରେ। ଆଉ ଯାଜପୁର ବିଧାୟିକା ସୁଜାତା ସାହୁ ବଦଳରେ ବିଜେଡି ସୁପ୍ରିମୋ ବବିଙ୍କୁ ପୁଣିଥରେ ଯାଜପୁର ମଙ୍ଗ ଧରେଇ ପାରନ୍ତି। ବବିଙ୍କ ଏହି ବୟାନ ପରେ ବିଜେଡି ନେତା ଗଣେଶ୍ୱର ବେହେରା ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ଯିଏ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ। ବବି ଦାସ ଜଣେ ଅନୁଭବୀ ଓ ସଫଳ ଯୋଦ୍ଧା। ଲଢ଼ିବାର ଅର୍ଥ ନୁହେଁ ନିର୍ବାଚନ ଲଢ଼ିବା। ଲଢ଼ିବାର ଅର୍ଥ ଜନ ପ୍ରସଙ୍ଗକୁ ନେଇ ଲଢ଼ିବା।

ସୂଚନାଥାଉ କି, ଗତକାଲି ଯାଜପୁରରେ ବିଜେଡିର ପଦଯାତ୍ରାରେ ବବି ଦାସ କହିଥିଲେ,
ମୁଁ ପୁଣି ର୍ନିବାଚନ ଲଢିବାକୁ ପ୍ରସ୍ତୁତ। କର୍ମୀଙ୍କ ଉତ୍ସାହରେ ମୋ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ମୁଁ ସେହି ଅଶୋକ ଦାସଙ୍କ ପୁଅ ଓ ବିଜୁ ବାବୁଙ୍କ ଦାୟାଦ। ଅଶୋକ ଦାସଙ୍କ ପୁଅ ଭାବେ କେବେ ବି ଜେଲ ଯିବାକୁ ଭୟ କରିନାହିଁ। ମୋତେ କେହି ବି ନବୀନ ପଟ୍ଟନାୟକଙ୍କ ଠାରୁ ଅଲଗା କରିପାରିବେ ନାହିଁ।

ସୂଚନାଥାଉ କି, ବବିଙ୍କ ଏହି ମନ୍ତବ୍ୟ ପରେ ଯାଜପୁର ରାଜନୀତିରେ କମ୍ପନ ଦେଖିବାକୁ ମିଳୁଛି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୂର୍ବରୁ ଯାଜପୁର ବିଧାନସଭା ର୍ନିବାଚନରେ ଉପର୍ନିବାଚନ ହେବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ପୁଣି ଖୋରାକ ଯୋଗାଇଛି ବବିଙ୍କ ଏହି ମନ୍ତବ୍ୟ। ଆଲୋଚନା ହେଉଛି ଯେ, ଯାଜପୁର ବିଧାନସଭାର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେଲେ ସେହି ଆସନରୁ ବବି ପୁଣିଥରେ ର୍ନିବାଚନ ଲଢିପାରନ୍ତି। ଯାଜପୁରରେ ହେଉଥିବା ଏହି ସଭାରେ ବବି ସୁଜାତାଙ୍କ ଆଗରେ ଏପରି ଘୋଷଣା କରିବା ରାଜନୈତିକ ପାଣିପାଗକୁ ପୁଣି ଉଷ୍ମ କରି ଦେଇଛି। ଯାଜପୁର ବବିଙ୍କ ଗଡ ଭାବେ ପରିଚିତ। ତେବେ ବବିଙ୍କୁ ପୁଣି ଯାଜପୁରର ମଙ୍ଗ ଧରାଇବାକୁ ବିଜେଡି ସୁପ୍ରିମୋ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଆଲୋଚନା ହେଉଛି। ଏହାପୂର୍ବରୁ ବିଜେଡିର ବହୁ ବରିଷ୍ଠ ନେତା ଏପରି କି ରାଜ୍ୟ ସଭା ଏମପି ମଧ୍ୟ ଓଡ଼ିଶାରେ ଉପର୍ନିବାଚନ ହୋଇପାରେ ବୋଲି କହି ସାରିଛନ୍ତି। ତେବେ ବବିଙ୍କ ଖୋଲା ମଞ୍ଚରେ ଏହି ଦୃଢୋକ୍ତି ପରେ ଉପର୍ନିବାଚନ ଚର୍ଚ୍ଚା ପୁଣି ଜୋର ଧରିଛି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯଦି ସୁଜାତାଙ୍କୁ ଯାଜପୁରରୁ ଇସ୍ତଫା ଦେବାକୁ କହି ବବିଙ୍କୁ ଟିକେଟ ଦିଅନ୍ତି ତେବେ ସୁଜାତା ମଧ୍ୟ ଏନେଇ ଅସନ୍ତୁଷ୍ଟ ହୋଇପାରନ୍ତି। କାରଣ ଚଳିତ ର୍ନିବାଚନରେ ଯାଜପୁରରେ ବିଜେଡିର ଗଡ଼ ଏକ ପ୍ରକାର ଧ୍ୱସଂବିଧ୍ୱସ୍ତ ହୋଇଯାଇଥିବାବେଳେ ସେ ନିଜର ର୍ନିବାଚନମନ୍ତଳୀରେ ବିଜୟୀ ହୋଇଥିଲେ। ଆଉ ଯଦି ତାଙ୍କୁ ସେଥିରୁ ଇସ୍ତଫା ମଗାଯାଏ ତେବେ ରାଜନୈତିକ ପାଣିପାଗ କିଛି ଓଲଟା ବୋହିବାର ମଧ୍ୟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri