Posted inରାଜ୍ୟ

ଯାଜପୁର ଦେଖିବ ଉପନିର୍ବାଚନ? ଗଣେଶ୍ୱର ବେହେରାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୩।୧୦: ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ ବିଧାନସଭା ନିର୍ବାଚନ ସରିଥିବାବେଳେ ବବି ଆଉ କେଉଁ ନିର୍ବାଚନ ଲଢିବାକୁ କହୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଯାଜପୁରରେ ପୁଣିଥରେ ଉପନିର୍ବାଚନ ହୋଇପାରେ। ଆଉ ଯାଜପୁର ବିଧାୟିକା ସୁଜାତା ସାହୁ ବଦଳରେ ବିଜେଡି ସୁପ୍ରିମୋ ବବିଙ୍କୁ ପୁଣିଥରେ ଯାଜପୁର ମଙ୍ଗ ଧରେଇ ପାରନ୍ତି। ବବିଙ୍କ ଏହି ବୟାନ ପରେ ବିଜେଡି ନେତା ଗଣେଶ୍ୱର ବେହେରା ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ଯିଏ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ। ବବି ଦାସ ଜଣେ ଅନୁଭବୀ ଓ ସଫଳ ଯୋଦ୍ଧା। ଲଢ଼ିବାର ଅର୍ଥ ନୁହେଁ ନିର୍ବାଚନ ଲଢ଼ିବା। ଲଢ଼ିବାର ଅର୍ଥ ଜନ ପ୍ରସଙ୍ଗକୁ ନେଇ ଲଢ଼ିବା।

ସୂଚନାଥାଉ କି, ଗତକାଲି ଯାଜପୁରରେ ବିଜେଡିର ପଦଯାତ୍ରାରେ ବବି ଦାସ କହିଥିଲେ,
ମୁଁ ପୁଣି ର୍ନିବାଚନ ଲଢିବାକୁ ପ୍ରସ୍ତୁତ। କର୍ମୀଙ୍କ ଉତ୍ସାହରେ ମୋ ଦେହରେ ଶତସିଂହର ବଳ ଆସିଛି। ମାଆ ବିରଜାଙ୍କ ଆଶୀର୍ବାଦରୁ ମୁଁ ପୁଣିଥରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ସମ୍ବଲପୁରରୁ ନିର୍ବାଚନ ଲଢିଥିଲି। ଯାଜପୁର ବିଧାୟିକା ପ୍ରାର୍ଥୀଙ୍କ ପାଇଁ ଦିନେ ବି ସମୟ ଦେଇପାରି ନ ଥିଲି। ତଥାପି ଯାଜପୁରବାସୀ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ମୁଁ ସେହି ଅଶୋକ ଦାସଙ୍କ ପୁଅ ଓ ବିଜୁ ବାବୁଙ୍କ ଦାୟାଦ। ଅଶୋକ ଦାସଙ୍କ ପୁଅ ଭାବେ କେବେ ବି ଜେଲ ଯିବାକୁ ଭୟ କରିନାହିଁ। ମୋତେ କେହି ବି ନବୀନ ପଟ୍ଟନାୟକଙ୍କ ଠାରୁ ଅଲଗା କରିପାରିବେ ନାହିଁ।

ସୂଚନାଥାଉ କି, ବବିଙ୍କ ଏହି ମନ୍ତବ୍ୟ ପରେ ଯାଜପୁର ରାଜନୀତିରେ କମ୍ପନ ଦେଖିବାକୁ ମିଳୁଛି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୂର୍ବରୁ ଯାଜପୁର ବିଧାନସଭା ର୍ନିବାଚନରେ ଉପର୍ନିବାଚନ ହେବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ପୁଣି ଖୋରାକ ଯୋଗାଇଛି ବବିଙ୍କ ଏହି ମନ୍ତବ୍ୟ। ଆଲୋଚନା ହେଉଛି ଯେ, ଯାଜପୁର ବିଧାନସଭାର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେଲେ ସେହି ଆସନରୁ ବବି ପୁଣିଥରେ ର୍ନିବାଚନ ଲଢିପାରନ୍ତି। ଯାଜପୁରରେ ହେଉଥିବା ଏହି ସଭାରେ ବବି ସୁଜାତାଙ୍କ ଆଗରେ ଏପରି ଘୋଷଣା କରିବା ରାଜନୈତିକ ପାଣିପାଗକୁ ପୁଣି ଉଷ୍ମ କରି ଦେଇଛି। ଯାଜପୁର ବବିଙ୍କ ଗଡ ଭାବେ ପରିଚିତ। ତେବେ ବବିଙ୍କୁ ପୁଣି ଯାଜପୁରର ମଙ୍ଗ ଧରାଇବାକୁ ବିଜେଡି ସୁପ୍ରିମୋ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଆଲୋଚନା ହେଉଛି। ଏହାପୂର୍ବରୁ ବିଜେଡିର ବହୁ ବରିଷ୍ଠ ନେତା ଏପରି କି ରାଜ୍ୟ ସଭା ଏମପି ମଧ୍ୟ ଓଡ଼ିଶାରେ ଉପର୍ନିବାଚନ ହୋଇପାରେ ବୋଲି କହି ସାରିଛନ୍ତି। ତେବେ ବବିଙ୍କ ଖୋଲା ମଞ୍ଚରେ ଏହି ଦୃଢୋକ୍ତି ପରେ ଉପର୍ନିବାଚନ ଚର୍ଚ୍ଚା ପୁଣି ଜୋର ଧରିଛି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯଦି ସୁଜାତାଙ୍କୁ ଯାଜପୁରରୁ ଇସ୍ତଫା ଦେବାକୁ କହି ବବିଙ୍କୁ ଟିକେଟ ଦିଅନ୍ତି ତେବେ ସୁଜାତା ମଧ୍ୟ ଏନେଇ ଅସନ୍ତୁଷ୍ଟ ହୋଇପାରନ୍ତି। କାରଣ ଚଳିତ ର୍ନିବାଚନରେ ଯାଜପୁରରେ ବିଜେଡିର ଗଡ଼ ଏକ ପ୍ରକାର ଧ୍ୱସଂବିଧ୍ୱସ୍ତ ହୋଇଯାଇଥିବାବେଳେ ସେ ନିଜର ର୍ନିବାଚନମନ୍ତଳୀରେ ବିଜୟୀ ହୋଇଥିଲେ। ଆଉ ଯଦି ତାଙ୍କୁ ସେଥିରୁ ଇସ୍ତଫା ମଗାଯାଏ ତେବେ ରାଜନୈତିକ ପାଣିପାଗ କିଛି ଓଲଟା ବୋହିବାର ମଧ୍ୟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri