Posted inଜାତୀୟ

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ମୋଦି ନେବେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ବିସ୍ଫୋରଣକୁ ନେଇ ଆଜି ବସୁଛି CCS ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ସୁରକ୍ଷା ସଂପର୍କିତ କେନ୍ଦ୍ର କ୍ୟାବିନେ ବୈଠକ। ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି। ପାକିସ୍ତାନ ବିରୋଧରେ ପ୍ରମାଣ ମିଳିଲେ ହୋଇପାରେ ବଡ଼ ଆକ୍ସନ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ଅଭିଯାନ ଚଳାଇଥିଲା ଭାରତ। ପରେ ସରକାର ବାରମ୍ବାର କହିଥିଲେ, ଯେ ଅପରେସନ ସିନ୍ଦୂର ବନ୍ଦ ହୋଇନାହିଁ, ବରଂ ସ୍ଥଗିତ ରଖାଯାଇଛି। ଏବେ ଦିଲ୍ଲୀ ବିସ୍ଫୋରଣ ସହ ପାକିସ୍ତାନର ଲିଙ୍କ୍ ବାହାରିଲେ ବଡ଼ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର।

i20 କାରକୁ ବିସ୍ଫୋରଣରେ ବ୍ୟବହାର କରାଯାଇଛି। ବିସ୍ଫୋରଣ ପଛରେ ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ସାଂଘାତିକ ଷଡ଼ଯନ୍ତ୍ର ରହିଥିବା କୁହାଯାଉଛି। ଲାଲକିଲ୍ଲା ଆକ୍ରମଣ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ଆଜି ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଲାଲକିଲ୍ଲା ବିସ୍ଫୋରଣର ଜବାବ କିଭଳି ଦେବ ଭାରତ, ତାହା ଉପରେ ସବିଶେଷ ଆଲୋଚନା କରାଯିବ।

ବିସ୍ଫୋରଣ ପୂର୍ବରୁ ସିସିଟିଭିରେ କଏଦ ହୋଇଛି ଡାକ୍ତର ଉମରର ଫଟୋ। ଜାମମ୍ମୁ କାଶା୍ମୀରରୁ ଉମରଙ୍କ ମାଆ ଓ ଭାଇଙ୍କୁ ଗିରଫ କରାଯାଇଛି । ଜୈସ ଏ ମହମ୍ମଦ ମହିଳା ୱିଙ୍ଗ ପାଇଁ କାମ କରିବା ଅଭିଯୋଗରେ ମହିଳା ଡାକ୍ତର ସାହିନଙ୍କୁ ବାନ୍ଧିଲା ପୋଲିସ। ଦିଲ୍ଲୀ ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନର ସଂପୃକ୍ତି ନେଇ ପ୍ରମାଣ ଖୋଜୁଛି ଏନଆଇଏ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମଘାତୀ ବିସ୍ଫୋରଣ ନୁହେଁ ବୋଲି ସୂଚନା ମିଳିଛି ।

ଘଟଣାରେ ଆତଙ୍କୀ ଲିଙ୍କ୍‌ର ତଦନ୍ତ କରୁଛି ଏନଆଇଏ। ଆଉ ଯଦି ପାକିସ୍ତାନର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳେ, ତେବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ସରକାର ବୋଲି କୁହାଯାଉଛି । ତଦନ୍ତ ବେଳେ ଜଣାପଡ଼ିଛି, ଭାରତରେ କାମ କରୁଛି ଜୈସ ଏ ମହମ୍ମଦର ହ୍ବାଇଟ କଲାର ମଡେଲ। ଆତଙ୍କୀ ସଂଗଠନ ସ୍ଲିପର ସେଲ ଏଜେଣ୍ଟଭାବେ କାମ କରୁଛନ୍ତି ଡାକ୍ତର, ସରକାରୀ ଚାକିରିଆ, ଉଚ୍ଚ ଶିକ୍ଷିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?