Posted inଜାତୀୟ

ଶେଷ ହେବ କି ଡାକ୍ତରଙ୍କ ଆନ୍ଦୋଳନ? ମମତାଙ୍କ ନିକଟରେ କ’ଣ ସର୍ତ୍ତ ରଖି ରାଜି ହେଲେ…

କୋଲକାତା,୧୪।୯: ପଶ୍ଚିମବଙ୍ଗରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତର ଫ୍ରଣ୍ଟ ଦ୍ୱାରା ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଅନେକ ଦିନର ବିରୋଧ ପରେ ବର୍ତ୍ତମାନ ଫ୍ରଣ୍ଟର ଏକ ପ୍ରତିନିଧୀ ଦଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ପାଇଁ ଯାଇଛନ୍ତି। ଏହି ବୈଠକ କୋଲକାତାର କାଲିଘାଟର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବ।
ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଇମେଲରେ ଲେଖିଛନ୍ତି ଯେ ସେମାନେ ଗତ ୩୫ ଦିନ ଧରି ଆନ୍ଦୋଳନ କରୁଛନ୍ତି ଏବଂ ସେମାନଙ୍କର ପାଞ୍ଚଟି ଦାବି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି।
ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ ସରକାରଙ୍କ ସହ ଆଲୋଚନା ପାଇଁ ଚାରୋଟି ସର୍ତ୍ତ ରଖିଛି। ତାଙ୍କର ସର୍ବୋଚ୍ଚ ଦାବି ଥିଲା ଯେ ଏହି ଆନ୍ଦୋଳନରେ ପ୍ରତିନିଧୀଙ୍କ ସଂଖ୍ୟା ୨୬ ପରିବର୍ତ୍ତେ ୩୦କୁ ବୃଦ୍ଧି କରାଯାଉ, ଯଦିଓ ପ୍ରତିନିଧି ଦଳରେ କେତେ ଲୋକ ଅଛନ୍ତି ସେ ସମ୍ପର୍କରେ ସୂଚନା ସ୍ପଷ୍ଟ ହୋଇନାହିଁ। ଏହା ବ୍ୟତୀତ ଏକ ସର୍ତ୍ତ ରହିଛି ଯେ ବୈଠକରେ ଯୋଗଦେବା ପରେ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ ଚାପ ଦିଆଯିବ ନାହିଁ।
ତୃତୀୟ ଦାବି ହେଉଛି ବୈଠକର ସିଧା ପ୍ରସାରଣ ହେବ (ଏଥିରେ ମଧ୍ୟ କୌଣସି ସ୍ପଷ୍ଟତା ନାହିଁ) ଏବଂ ଶେଷ ଦାବି ହେଉଛି ଯେ ସରକାରଙ୍କ ସହ ଆଲୋଚନା କେବଳ ସେହି ପାଞ୍ଚଟି ଦାବି ଉପରେ ଧ୍ୟାନ ଦିଆଯିବ ଯାହା ପୂର୍ବରୁ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?