ସୁଜାତାଙ୍କ ଉପରେ ବିଶ୍ୱାସ କରିବ ତ ଭାଜପା ସରକାର? ଏବେ ବି ଆକ୍ଟିଭ ପାଣ୍ଡିଆନ! ଭିତରେ ଚାଲିଛି…

ଭୁବନେଶ୍ୱର,୨୮।୧୧: ସୁଜାତା କାର୍ତ୍ତିକେୟନ! ୨୦୦୦ ବ୍ୟାଚର ଏହି ଓଡ଼ିଆ ଆଇଏଏସ ଅଫିସରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍। ୬ ମାସର ଛୁଟି ପରେ ପୁଣି କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି ସୁଜାତା। ତେବେ ଏହି ଛୁଟି ନେବା ଓ ପୁଣି କାର୍ଯ୍ୟକୁ ଫେରିବାର ଘଟଣାକ୍ରମ ବି ବେଶ୍ କୌତୁହଳ ଥିଲା। ହେଲେ ସୁଜାତଙ୍କୁ ନେ଼ଇ କାହିଁକି ଏତେ ଜୋରରେ ହେଉଛି ଚର୍ଚ୍ଚା। ଏ ତମାମ ଘଟଣାକ୍ରମ ଉପରେ ନଜର ପକାଇଲେ ଆପଣଙ୍କୁ ରୋଚକ କରାଇବ ନିଶ୍ଚିତ।

ସୁଜାତା ହେଉଛନ୍ତି ଭି କେ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ। ନିର୍ବାଚନ ସମୟରେ ଯଦି କେହି ଅଧିକ ଚର୍ଚ୍ଚାରେ ରହିଥିଲେ ସେ ହେଉଛନ୍ତି ପାଣ୍ଡିଆନ୍। କାରଣ ସେ ଆଇଏଏସ୍ ଚାକିରିରୁ ଭିଆରଏସ ନେଇ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ପାଣ୍ଡିଆନ୍ ସକ୍ରିୟ ରାଜନୀତିରେ ନିଜକୁ ପୁରା ସାମିଲ କରାଇଥିଲେ। କହିବାକୁ ଗଲେ ପାଣ୍ଡିଆନ୍ ବିଜେଡିର ପୋଷ୍ଟର ବୟ ସାଜିଥିଲେ। ଅନ୍ୟପଟେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତାଙ୍କ କାର୍ଯ୍ୟକାରିତା ଉପରେ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଇଥିଲେ। ବିଶେଷ ଭାବେ ସେତେବେଳର ମୁଖ୍ୟ ବିରୋଧୀ ଭାଜପା ନିର୍ବାଚନ କମିଶନରଙ୍କ ନିକଟରେ ସୁଜାତାଙ୍କ ବିରୋଧରେ ଫେରାଦ ହୋଇଥିଲା। ଏହାପରେ ଇସି ତାଙ୍କୁ ଅନ୍ୟ ବିଭାଗକୁ ବଦଳି କରିଥିଲେ। ଏହି ଘଟଣାକ୍ରମ ଭିତରେ ନିର୍ବାଚନ ସରିଲା। ୨୫ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ଭାଜପା କ୍ଷମତାକୁ ଆସିଲା। ଏହାସହ ପାଣ୍ଡିଆନ୍ ମଧ୍ୟ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ବୋଲି ଘୋଷଣା କଲେ। ସେପଟେ ତାଙ୍କ ସ୍ତ୍ରୀ ସୁଜାତା ବି ଛ ମାସ ପାଇଁ ଛୁଟି ନେଇଗଲେ। ତେବେ  ଏହି ପୁରା ପ୍ରକ୍ରିୟା ଓଡ଼ିଶା ରାଜନୀତିକୁ ଖୋରକ୍ ଯୋଗାଇଥିଲା।

ଏବେ ଦୀର୍ଘ ୬ମାସର ଛୁଟି ପରେ ନଭେମ୍ବର ୨୭ରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା କାର୍ତ୍ତିକେୟନ। କିନ୍ତୁ ଏହାପୂର୍ବରୁ ସେ ଆହୁରି ୬ମାସ ଛୁଟି ନେବାକୁ ଆବେଦନ କରିଥିଲେ। ହେଲେ ସରକାର ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ତାଙ୍କୁ ବୁଧବାର କାର୍ଯ୍ୟରେ ଯୋଗ ଦେବାକୁ ପଡିଛି। ୨୦୦୦ବ୍ୟାଚ୍‌ର ଆଇଏଏସ ଅଧିକାରୀ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଯୋଗଦେବା ପରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଯେ, ସୁଜାତାଙ୍କ ବିରୋଧରେ  ଯେଉଁ ଭାଜପା ନିର୍ବାଚନ କମିଶନରଙ୍କ ନିକଟରେ ଫେରଦା ହୋଇଥିଲା, ଏବେ କ’ଣ ତାଙ୍କୁ ଗୁରୁ ଦାୟିତ୍ୱ ଦେଇପାରିବ? ମୋହନ ସରକାର କ’ଣ ତାଙ୍କ ଉପରେ ସେତିକି ବିଶ୍ୱସନୀୟତା ରଖିପାରିବେ? କାରଣ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ଗତ ସରକାରର  ପାଓ୍ବାର କରିଡରରେ ପାଓ୍ବାରଫୁଲ ଆଇଏଏସ ଭାବେ ଉଭା ହୋଇଥିଲେ। ଏନେଇ ଭାଜପା ମଧ୍ୟ ଲଗାତାର ତାଙ୍କୁ ଟାର୍ଗେଟ କରୁଥିଲା।

ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ସୁଜାତାଙ୍କ ଉପରେ ରାଜ୍ୟ ସରକାର ବିଶ୍ୱାସ କରିବେ ନା ତାଙ୍କୁ କୋଣଠେସା କରିବେ? ଏଥିସହ ନୂଆ ପ୍ରଶାସନିକ ବ୍ୟୁରୋକ୍ରାଟଙ୍କ ତାଙ୍କ ପ୍ରତି ବ୍ୟବହାର କ’ଣ ରହିବ? ଯଦି ସେ ମୋହନ ସରକାରରେ ରହୁଛନ୍ତି ତେବେ ସେ କେତେଦିନ ଯାଏ ଦାୟିତ୍ୱ ସମ୍ଭାଳିବେ? ସବୁଠାରୁ ବଡ଼ କଥା ହେଉଛି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି କି, ହୁଏତ ସେ ଭିଆରଏସ ନେଇପାରନ୍ତି।

ବିଜେଡି ସରକାରରେ ପ୍ରଭାବଶାଳୀ ଅଧିକାରୀ ଥିବା ସୁଜାତା ବର୍ତ୍ତମାନ ଭାଜପା ସରକାରଙ୍କ ଅଧୀନରେ କାମ କରିବେ। କିନ୍ତୁ ସରକାରଙ୍କ ଅଧିନରେ ରହି କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ। ସେହିପରି ତାଙ୍କ ଉପରେ ବିଶ୍ୱସନୀୟତା ରଖିବା ମୋହନ ସରକାରଙ୍କ ପାଇଁ ମଧ୍ୟ ଅଡୁଆ ସାଜିପାରେ। କାରଣ ସୁଜାତା ପ୍ରଶାସନିକ ସ୍ତରରେ ରହି ନିର୍ଦ୍ଧିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଥିଲେ। ଯାହାକୁ ନେଇ ଭାଜପା ଅଭିଯୋଗ ଆଣିଥିଲା। ତେଣୁ ଏବେ ତାଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେବା ଏବଂ ସରକାରଙ୍କ ଗୁରୁତ୍ୟପୂର୍ଣ୍ଣ ଫାଇଲ ଟେକିଦେବା ସମୟରେ ମୋହନ ସରକାର ଦୁଇଥର ଚିନ୍ତା କରିବେ ନିଶ୍ଚୟ।

ବିଜେଡି କ୍ଷମତାଚ୍ୟୁତ ହେବା ପରେ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଥିଲେ। ହେଲେ ଏବେ ବି ଚର୍ଚ୍ଚା ହେଉଛି କି, ସେ ପରଦା ପଛରେ ରହି ଦଳର କାର୍ଯ୍ୟ ସମ୍ଭାଳୁଛନ୍ତି। ଏହିକ୍ରମରେ ସୁଜାତାଙ୍କୁ ଏପରି ବଡ଼ ଦାୟିତ୍ୱ ଦେବା ଭାଜପା ପାଇଁ ଅଡୁଆ ସାଜିପାରେ। ନୂଆ ସରକାର ଆସିବା ପରେ ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ ହୋଇଛି। କୁହାଯାଉଛି ଯେ, ଅନେକ ପ୍ରଶାସନିକ ଅଧିକାରୀ ଏବେ ବି ବିଜେଡି ସହ ଲିଙ୍କ୍‌ ରେ ଅଛନ୍ତି। ଏପରି ସ୍ଥିତିରେ ଦେଖିବାକୁ ବାକି ରହିଲା, ଭାଜପା ସରକାର ସୁଜାତାଙ୍କୁ ଗ୍ରହଣ କରୁଛନ୍ତି ନା କୋଣଠେସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri