ସୁଜାତାଙ୍କ ଉପରେ ବିଶ୍ୱାସ କରିବ ତ ଭାଜପା ସରକାର? ଏବେ ବି ଆକ୍ଟିଭ ପାଣ୍ଡିଆନ! ଭିତରେ ଚାଲିଛି…

ଭୁବନେଶ୍ୱର,୨୮।୧୧: ସୁଜାତା କାର୍ତ୍ତିକେୟନ! ୨୦୦୦ ବ୍ୟାଚର ଏହି ଓଡ଼ିଆ ଆଇଏଏସ ଅଫିସରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍। ୬ ମାସର ଛୁଟି ପରେ ପୁଣି କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି ସୁଜାତା। ତେବେ ଏହି ଛୁଟି ନେବା ଓ ପୁଣି କାର୍ଯ୍ୟକୁ ଫେରିବାର ଘଟଣାକ୍ରମ ବି ବେଶ୍ କୌତୁହଳ ଥିଲା। ହେଲେ ସୁଜାତଙ୍କୁ ନେ଼ଇ କାହିଁକି ଏତେ ଜୋରରେ ହେଉଛି ଚର୍ଚ୍ଚା। ଏ ତମାମ ଘଟଣାକ୍ରମ ଉପରେ ନଜର ପକାଇଲେ ଆପଣଙ୍କୁ ରୋଚକ କରାଇବ ନିଶ୍ଚିତ।

ସୁଜାତା ହେଉଛନ୍ତି ଭି କେ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ। ନିର୍ବାଚନ ସମୟରେ ଯଦି କେହି ଅଧିକ ଚର୍ଚ୍ଚାରେ ରହିଥିଲେ ସେ ହେଉଛନ୍ତି ପାଣ୍ଡିଆନ୍। କାରଣ ସେ ଆଇଏଏସ୍ ଚାକିରିରୁ ଭିଆରଏସ ନେଇ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ପାଣ୍ଡିଆନ୍ ସକ୍ରିୟ ରାଜନୀତିରେ ନିଜକୁ ପୁରା ସାମିଲ କରାଇଥିଲେ। କହିବାକୁ ଗଲେ ପାଣ୍ଡିଆନ୍ ବିଜେଡିର ପୋଷ୍ଟର ବୟ ସାଜିଥିଲେ। ଅନ୍ୟପଟେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତାଙ୍କ କାର୍ଯ୍ୟକାରିତା ଉପରେ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଇଥିଲେ। ବିଶେଷ ଭାବେ ସେତେବେଳର ମୁଖ୍ୟ ବିରୋଧୀ ଭାଜପା ନିର୍ବାଚନ କମିଶନରଙ୍କ ନିକଟରେ ସୁଜାତାଙ୍କ ବିରୋଧରେ ଫେରାଦ ହୋଇଥିଲା। ଏହାପରେ ଇସି ତାଙ୍କୁ ଅନ୍ୟ ବିଭାଗକୁ ବଦଳି କରିଥିଲେ। ଏହି ଘଟଣାକ୍ରମ ଭିତରେ ନିର୍ବାଚନ ସରିଲା। ୨୫ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ଭାଜପା କ୍ଷମତାକୁ ଆସିଲା। ଏହାସହ ପାଣ୍ଡିଆନ୍ ମଧ୍ୟ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ବୋଲି ଘୋଷଣା କଲେ। ସେପଟେ ତାଙ୍କ ସ୍ତ୍ରୀ ସୁଜାତା ବି ଛ ମାସ ପାଇଁ ଛୁଟି ନେଇଗଲେ। ତେବେ  ଏହି ପୁରା ପ୍ରକ୍ରିୟା ଓଡ଼ିଶା ରାଜନୀତିକୁ ଖୋରକ୍ ଯୋଗାଇଥିଲା।

ଏବେ ଦୀର୍ଘ ୬ମାସର ଛୁଟି ପରେ ନଭେମ୍ବର ୨୭ରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା କାର୍ତ୍ତିକେୟନ। କିନ୍ତୁ ଏହାପୂର୍ବରୁ ସେ ଆହୁରି ୬ମାସ ଛୁଟି ନେବାକୁ ଆବେଦନ କରିଥିଲେ। ହେଲେ ସରକାର ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ତାଙ୍କୁ ବୁଧବାର କାର୍ଯ୍ୟରେ ଯୋଗ ଦେବାକୁ ପଡିଛି। ୨୦୦୦ବ୍ୟାଚ୍‌ର ଆଇଏଏସ ଅଧିକାରୀ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଯୋଗଦେବା ପରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଯେ, ସୁଜାତାଙ୍କ ବିରୋଧରେ  ଯେଉଁ ଭାଜପା ନିର୍ବାଚନ କମିଶନରଙ୍କ ନିକଟରେ ଫେରଦା ହୋଇଥିଲା, ଏବେ କ’ଣ ତାଙ୍କୁ ଗୁରୁ ଦାୟିତ୍ୱ ଦେଇପାରିବ? ମୋହନ ସରକାର କ’ଣ ତାଙ୍କ ଉପରେ ସେତିକି ବିଶ୍ୱସନୀୟତା ରଖିପାରିବେ? କାରଣ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ଗତ ସରକାରର  ପାଓ୍ବାର କରିଡରରେ ପାଓ୍ବାରଫୁଲ ଆଇଏଏସ ଭାବେ ଉଭା ହୋଇଥିଲେ। ଏନେଇ ଭାଜପା ମଧ୍ୟ ଲଗାତାର ତାଙ୍କୁ ଟାର୍ଗେଟ କରୁଥିଲା।

ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ସୁଜାତାଙ୍କ ଉପରେ ରାଜ୍ୟ ସରକାର ବିଶ୍ୱାସ କରିବେ ନା ତାଙ୍କୁ କୋଣଠେସା କରିବେ? ଏଥିସହ ନୂଆ ପ୍ରଶାସନିକ ବ୍ୟୁରୋକ୍ରାଟଙ୍କ ତାଙ୍କ ପ୍ରତି ବ୍ୟବହାର କ’ଣ ରହିବ? ଯଦି ସେ ମୋହନ ସରକାରରେ ରହୁଛନ୍ତି ତେବେ ସେ କେତେଦିନ ଯାଏ ଦାୟିତ୍ୱ ସମ୍ଭାଳିବେ? ସବୁଠାରୁ ବଡ଼ କଥା ହେଉଛି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି କି, ହୁଏତ ସେ ଭିଆରଏସ ନେଇପାରନ୍ତି।

ବିଜେଡି ସରକାରରେ ପ୍ରଭାବଶାଳୀ ଅଧିକାରୀ ଥିବା ସୁଜାତା ବର୍ତ୍ତମାନ ଭାଜପା ସରକାରଙ୍କ ଅଧୀନରେ କାମ କରିବେ। କିନ୍ତୁ ସରକାରଙ୍କ ଅଧିନରେ ରହି କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ। ସେହିପରି ତାଙ୍କ ଉପରେ ବିଶ୍ୱସନୀୟତା ରଖିବା ମୋହନ ସରକାରଙ୍କ ପାଇଁ ମଧ୍ୟ ଅଡୁଆ ସାଜିପାରେ। କାରଣ ସୁଜାତା ପ୍ରଶାସନିକ ସ୍ତରରେ ରହି ନିର୍ଦ୍ଧିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଥିଲେ। ଯାହାକୁ ନେଇ ଭାଜପା ଅଭିଯୋଗ ଆଣିଥିଲା। ତେଣୁ ଏବେ ତାଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେବା ଏବଂ ସରକାରଙ୍କ ଗୁରୁତ୍ୟପୂର୍ଣ୍ଣ ଫାଇଲ ଟେକିଦେବା ସମୟରେ ମୋହନ ସରକାର ଦୁଇଥର ଚିନ୍ତା କରିବେ ନିଶ୍ଚୟ।

ବିଜେଡି କ୍ଷମତାଚ୍ୟୁତ ହେବା ପରେ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଥିଲେ। ହେଲେ ଏବେ ବି ଚର୍ଚ୍ଚା ହେଉଛି କି, ସେ ପରଦା ପଛରେ ରହି ଦଳର କାର୍ଯ୍ୟ ସମ୍ଭାଳୁଛନ୍ତି। ଏହିକ୍ରମରେ ସୁଜାତାଙ୍କୁ ଏପରି ବଡ଼ ଦାୟିତ୍ୱ ଦେବା ଭାଜପା ପାଇଁ ଅଡୁଆ ସାଜିପାରେ। ନୂଆ ସରକାର ଆସିବା ପରେ ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ ହୋଇଛି। କୁହାଯାଉଛି ଯେ, ଅନେକ ପ୍ରଶାସନିକ ଅଧିକାରୀ ଏବେ ବି ବିଜେଡି ସହ ଲିଙ୍କ୍‌ ରେ ଅଛନ୍ତି। ଏପରି ସ୍ଥିତିରେ ଦେଖିବାକୁ ବାକି ରହିଲା, ଭାଜପା ସରକାର ସୁଜାତାଙ୍କୁ ଗ୍ରହଣ କରୁଛନ୍ତି ନା କୋଣଠେସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri