କୌଣସି ପର୍ବପର୍ବାଣୀ ଯୋଗୁ ବ୍ୟାଙ୍କ ବନ୍ଦ ରହିଥାଏ। ଆଉ ଏ ସମ୍ପର୍କରେ ଆମେ ସୂଚନା ନ ପାଇଲେ ଅଯଥାରେ ବ୍ୟାଙ୍କ ଯା ହଇରାଣ ହେଉ। ତେବେ ଜାଣି ନିଅନ୍ତୁ ଏହି ମାସରେ କେଉଁଦିନ ବ୍ୟାଙ୍କ ଖୋଲା ଓ ବନ୍ଦ ରହୁଛି।
ଆସନ୍ତାକାଲି, ବୁଧବାର, ଫେବୃଆରୀ ୧୨, ୨୦୨୫, ଗୁରୁ ରବିଦାସ ଜୟନ୍ତୀ ଯୋଗୁ ଅନେକ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ତଥାପି, ଆସନ୍ତାକାଲି ଦିଲ୍ଲୀରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ କି ନାହିଁ ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ଦିଲ୍ଲୀ ବ୍ୟତୀତ, ହିମାଚଳ ପ୍ରଦେଶ ଏବଂ ହରିୟାଣାରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ କି ନାର୍ହି ନିଷ୍ପତ୍ତି ହୋନାହିଁ।
ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦିଲ୍ଲୀର ଉପରାଜ୍ୟପାଳ ଗୁରୁ ରବିଦାସ ଜୟନ୍ତୀର ସମ୍ମାନାର୍ଥେ ଆସନ୍ତାକାଲି ଦିଲ୍ଲୀର ସମସ୍ତ ସରକାରୀ କାର୍ଯ୍ୟାଳୟ, ସାର୍ବଜନୀନ କ୍ଷେତ୍ର ସଂଗଠନ ଏବଂ ସୱାୟତ୍ତ ସଂସ୍ଥା ପାଇଁ ଛୁଟି ଘୋଷଣା କରିଛନ୍ତି। ଏହା ବ୍ୟତୀତ ଫେବୃଆରୀ ମାସରେ ମୋଟ ୧୪ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ, ଯେଉଁଥିରେ ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ ସାଧାରଣ ଛୁଟି, ଆଞ୍ଚଳିକ ଛୁଟି ଅନ୍ତର୍ଭୁକ୍ତ। ଫେବୃଆରୀ ମାସରେ, ସରସୱତୀ ପୂଜା, ଗୁରୁ ରବିଦାସ ଜୟନ୍ତୀ, ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ଏବଂ ମହାଶିବରାତ୍ରି ଅବସରରେ ବ୍ୟାଙ୍କ ଛୁଟି ଥାଏ।
ଫେବୃଆରୀରେ ବ୍ୟାଙ୍କ ଛୁଟି:
୧୫ ଫେବୃଆରୀ ୨୦୨୫- ଲୋଇ-ନଗାଇ-ନି ଯୋଗୁଁ ଇମ୍ଫାଲରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୧୬ ଫେବୃଆରୀ ୨୦୨୫- ସାପ୍ତାହିକ ଛୁଟି ଯୋଗୁଁ ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୧୯ ଫେବୃଆରୀ ୨୦୨୫- ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ଯୋଗୁଁ ମହାରାଷ୍ଟ୍ରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୦ ଫେବୃଆରୀ ୨୦୨୫- ରାଜ୍ୟ ଦିବସ ଯୋଗୁଁ ଆଇଜଲ ଏବଂ ଇଟାନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୨ ଫେବୃଆରୀ ୨୦୨୫- ଚତୁର୍ଥ ଶନିବାର ଯୋଗୁଁ ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୩ ଫେବୃଆରୀ ୨୦୨୫- ରବିବାର ଯୋଗୁଁ ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୬ ଫେବୃଆରୀ ୨୦୨୫- ମହାଶିବରାତ୍ରି ପାଇଁ ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।


