Posted inଜାତୀୟ

ଭାରତରେ ଓ୍ବିକିପିଡିଆକୁ ବନ୍ଦ କରିଦେବୁ: ହାଇକୋର୍ଟ

ନୂଆଦିଲ୍ଲୀ,୬ା୯: ଓ୍ବିକିପିଡିଆରେ ଅନେକ ଭୁଲ୍‌ ତଥ୍ୟ ପ୍ରକାଶ ପାଉଥିବା ନେଇ ଅଭିଯୋଗ ହେଉଥିବାବେଳେ ଭାରତରେ ଏହାର ବ୍ୟବସାୟ ବନ୍ଦ କରି ଦିଆଯିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ଚେତାବନୀ ଦେଇଛନ୍ତି। ଏସିଆନ୍‌ ନ୍ୟୁଜ୍‌ ଇଣ୍ଟରନ୍ୟାଶନାଲ (ଏଏନ୍‌ଆଇ)ର ଓ୍ବିକିପେଡିଆ ପେଜ୍‌ରେ କେତେଜଣ ସବ୍‌ସ୍କ୍ରାଇବର ଅପମାନଜନକ ଏଡିଟ୍‌ କରିଥିଲେ। ଏହି ସମ୍ପାଦନା କରିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ଓ୍ବିକିପିଡିଆ ଏହାର ଅନୁପାଳନ କରି ନ ଥିବାରୁ ନ୍ୟୁଜ୍‌ ଏଜେନ୍ସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏଏନ୍‌ଆଇ ସମ୍ପୃକ୍ତ ଆପତ୍ତିଜନକ କଣ୍ଟେଣ୍ଟ ହଟାଇବା ପାଇଁ ନିର୍ଦ୍ଦେଶ ସହ ଆର୍ଥିକ କ୍ଷତିପୂରଣ ଦାବି କରିଛି।
ହାଇକୋର୍ଟ ବିଚାରପତି ନବୀନ ଚାଓ୍ବଲା ଏହାର ଶୁଣାଣି ବେଳେ ଓ୍ବିକିପିଡିଆକୁ ଭର୍ତ୍ସନା କରି କହିଛନ୍ତି, ଆମେ ତୁମକୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିବୁ। ଭାରତରେ ତୁମ ବ୍ୟବସାୟିକ କାରବାର ବନ୍ଦ କରିଦେବୁ। ଓ୍ବିକିପିଡିଆକୁ ବନ୍ଦ କରିବା ପାଇଁ ସରକାରଙ୍କୁ କହିବୁ। ଓ୍ବିକିପେଡିଆ ପକ୍ଷରୁ ଆଇନଜୀବୀ ଟିନା ଆବ୍ରାହମ୍‌ କୋର୍ଟଙ୍କୁ କହିଥିଲେ ଯେ, ଅଦାଲତଙ୍କ ନିର୍ଦ୍ଦେଶ ଉପରେ କେତେକ ତଥ୍ୟ ଉପସ୍ଥାପନ କରିବାକୁ ଥିବାରୁ ହାଜର ହେବାରେ ସମୟ ଲାଗିଲା। କାରଣ ଓ୍ବିକିପିଡିଆର ଅଫିସ ଭାରତରେ ନାହିଁ। ଜଷ୍ଟିସ୍‌ ଚାଓ୍ବଲା ବିରକ୍ତିଭାବ ପ୍ରକାଶ କରି କହିଥିଲେ, ଓ୍ବିକିପିଡିଆ ପୂର୍ବରୁ ମଧ୍ୟ ଏଭଳି ଯୁକ୍ତି ବାଢ଼ିଥିଲା। ତୁମେ ଯଦି ଭାରତକୁ ପସନ୍ଦ କରୁନ, ଦୟାକରି ଏଠାରେ କାର୍ଯ୍ୟ କରନାହିଁ। ଅକ୍ଟୋବର ୨୫ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ। ସେହିଦିନ ଓ୍ବିକିପିଡିଆର ଅଧିକୃତ ପ୍ରତିନିଧି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଜଷ୍ଟିସ୍‌ ଚାଓ୍ବଲା ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?