Posted inଖେଳ

ଅବସର ନେବେ କି ରବିନ୍ଦ୍ର ଜାଡେଜା: ଇନଷ୍ଟାଗ୍ରାମ ପୋଷ୍ଟକ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି। ଜାଡେଜା ଇନଷ୍ଟାଗ୍ରାମରେ ତାଙ୍କ ଟେଷ୍ଟ ଜର୍ସିର ଏକ ଫଟୋ ଶେୟାର କରିଥିଲେ, ଯାହା ପରେ କ୍ରିକେଟ ବିଶେଷଜ୍ଞ ଏବଂ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଦେଇଥିଲେ ଯେ, ଏହି ଅଲରାଉଣ୍ଡର ହୁଏତ ଟେଷ୍ଟରୁ ଅବସର ନେବାର ଇଙ୍ଗିତ ଦେଇଥାଇପାରନ୍ତି।
ସୋସିଆଲ ମିଡିଆରେ କିଛି ୟୁଜର୍ସ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା କ’ଣ କୌଣସି ପ୍ରକାରର ସଙ୍କେତ? ଅନ୍ୟ ଜଣେ ବ୍ୟବହାରକାରୀ ଜାଡେଜାଙ୍କୁ ଅବସରର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଗତବର୍ଷ ଟି-୨୦ ବିଶ୍ୱକପରେ ଟାଇଟଲ ଜିତିବା ପରେ ଜାଡେଜା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଥିଲେ, କିନ୍ତୁ ସେ ଦିନିକିଆ ଏବଂ ଟେଷ୍ଟରେ ଦଳର ଅଂଶ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରମ୍ଭ ହେଲା ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ: ଯୋଗଦେଲେ ୮ ଦଳ

ପାଟଣାଗଡ଼,୧୩।୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନ୍‌ଏସି ରମାଇ ହାଇସ୍କୁଲ ଖେଲପଡିଆରେ ସୋମବାର ୨୦ତମ ସର୍ବଭାରତୀୟ ପାଟଣାକପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପାଟଣାଗଡ଼ ଉପ...

ସଞ୍ଜୁ ସାମସନ ନା ଋଷଭ ପନ୍ତ… ଚାମ୍ପିୟନ୍ସ ଟ୍ରଫିରୁ କିଏ ପଡ଼ିବ ବାଦ ? ଜାଣନ୍ତୁ କାହା ପଲା ଭାରି

ନୂଆଦିଲ୍ଲୀ, ୧୩।୧: ଆସନ୍ତା ମାସରେ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ପ୍ରାୟ ସମସ୍ତ ଦେଶ ନିଜର ଟିମ୍ ଘୋଷଣା...

କେବେ ଅଧିନାୟକ ହୋଇପାରିବେନି ବୁମ୍‌ରା! ଖୁଲାସା ହେଲା ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ,୧୩।୧: ଭାରତ ବନାମ ଅଷ୍ଟ୍ରେଲିଆ ସିଡ଼ନୀ ଟେଷ୍ଟ ଆରମ୍ଭ ହେବାକୁ ଥିବାବେଳେ ଖବର ଆସିଲା ଯେ ରୋହିତ ଶର୍ମା ନିଜକୁ ପ୍ଲେ-୧୧ରୁ ବାଦ୍‌ ଦେଇଛନ୍ତି। ଏପରି...

ରୋହିତ-ବିରାଟଙ୍କୁ କଡ଼ା ନିର୍ଦ୍ଦେଶ ଦେଲା ବିସିସିଆଇ, ପାଳନ ନ କଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ,୧୩।୧: ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏହି ମାମଲାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସବୁଠାରୁ...

ଇତିହାସ ସୃଷ୍ଟି କଲେ ୧୪ ବର୍ଷୀୟ ଇରା ଯାଦବ, ୧୫୭ ବଲରେ କଲେ ୩୪୬ ରନ୍

ମୁମ୍ବାଇ,୧୨।୧: ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ...

କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି…

ନୂଆଦିଲ୍ଲୀ,୧୨।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ...

ବାଲାଂଦେଶର ଏହି କ୍ରିକେଟରଙ୍କୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୧୨।୧: ଉଚ୍ଚସ୍ତରୀୟ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଷିଦ୍ଧ ହୋଇଥିବା ଶାକିବ ଅଲ ହାସନ ମଧ୍ୟ ତାଙ୍କ ବୋଲିଂ ଆକ୍ସନର ଦ୍ୱିତୀୟ ଯାଞ୍ଚରେ...

ଏହିଦିନ ଆରମ୍ଭ ହେବ ଆଇପିଏଲ ୨୦୨୫, ଜାଣନ୍ତୁ ଫାଇନାଲ ତାରିଖ

ମୁମ୍ବାଇ,୧୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଟୁର୍ଣ୍ଣାମେଣ୍ଟ କେଉଁ ତାରିଖରେ ଆରମ୍ଭ ହେବାକୁ ଯାଉଛି ତାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri