ବୁଡିଯିବ କି LIC ଟଙ୍କା? କମ୍ପାନୀ ଉପରେ ୪୭୯.୮୮ କୋଟି ଟଙ୍କାର GST ନୋଟିସ

ନୂଆଦିଲ୍ଲୀ,୨୮।୨: LICକୁ ଶକ୍ତ ଝଟକା! ସାର୍ବଜନୀନ କ୍ଷେତ୍ର ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (LIC) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାମଗ୍ରୀ ଓ ସେବା କର (GST) ପୈଠ କରିବା ପାଇଁ ୪୭୯.୮୮ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପାଇଛି। ୨୭ ଫେବୃଆରୀରେ କମ୍ପାନୀ ଷ୍ଟକ ବଜାରକୁ ଏ ବାବଦରେ ସୂଚନା ଦେଇଛି।

LIC GST Notice: ମୁମ୍ବାଇସ୍ଥିତ ମହାରାଷ୍ଟ୍ର ରାଜ୍ୟ ଟିକସ ଉପ-କମିଶନରଙ୍କ ଦ୍ୱାରା LICକୁ ଏହି ନୋଟିସ ଜାରି କରାଯାଇଛି। କମ୍ପାନୀକୁ ପଠାଯାଇଥିବା GST ନୋଟିସରେ ସୁଧ ଓ ଜରିମାନା ମଧ୍ୟ ଅନ୍ତର୍ଭୁକ୍ତ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, LIC ୨୭ ଫେବୃଆରୀ, ୨୦୨୫ ରେ ଏକ ନିର୍ଦ୍ଦେଶ ହୋଇଥିଲା,ଯେଉଁଥିରେ କୁହାଯାଇଥିଲା ଯେ କମ୍ପାନୀ ଭୁଲ ଭାବରେ ଇନପୁଟ ଟ୍ୟାକ୍ସ କ୍ରେଡିଟ (ITC) ପାଇଛି, ଯାହା ଫଳରେ ଟ୍ୟାକ୍ସ ଲାଇବିଲିଟିରେ ହ୍ରାସ ଦେଖାଦେଇଛି । ଏହି ଆବେଶରେ ୨୪୨.୨୩ କୋଟି ଟଙ୍କାର GST, ୨୧୩.୪୩ କୋଟି ଟଙ୍କାର ସୁଧ ଓ ୨୪.୨୨ କୋଟି ଟଙ୍କାର ଜରିମାନା ସାମିଲ ଅଛି ।

LIC GST Notice: ଏଲଆଇସି ସ୍ପଷ୍ଟ କରିଛି ଯେ ଏହା ଏହି ଆଦେଶ ବିରୋଧରେ ମୁମ୍ବାଇର ଯୁଗ୍ମ ରାଜ୍ୟ ଟିକସ କମିଶନର (ଆପିଲ)ଙ୍କ ନିକଟରେ ଆବେଦନ କରିପାରିବ। ଏହା ସହିତ, କମ୍ପାନୀ ଏହା ମଧ୍ୟ କହିଛି ଯେ ଏହି ନୋଟିସ ଏହାର ଆର୍ଥିକ ସ୍ଥିତି, କାର୍ଯ୍ୟ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ନାହିଁ।

LIC GST Notice: ଏଲଆଇସି ଭାରତର ସବୁଠାରୁ ବଡ଼ ବୀମା କମ୍ପାନୀ, ତେଣୁ ଏହି ନୋଟିସ ଷ୍ଟକ ବଜାରରେ ନିବେଶକଙ୍କୁ ପ୍ରଭାବିତ କରିପାରେ। ଏହା କମ୍ପାନୀର ଆର୍ଥିକ ପ୍ରଦର୍ଶନ ଉପରେ ସିଧାସଳଖ ପ୍ରଭାବ ପକାଇବ ନାହିଁ, କିନ୍ତୁ ଏହା ଏହାର tax compliance process ଉପରେ ପ୍ରଶ୍ନ ଉଠାଇପାରେ। ଏହି ସମସ୍ୟାର ସମାଧାନ ପାଇଁ LIC ଖୁବ ଶୀଘ୍ର ଆଇନଗତ ପ୍ରକ୍ରିୟା ଅନୁସରଣ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri