Posted inଜାତୀୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପୁଣି ଗିରଫ ହେଲେ କ’ଣ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲିବେ? ସାମ୍ନାରେ ରହିଛି ଏହି ୩ ବିକଳ୍ପ

ରାଞ୍ଚି,୫।୭: କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଲେ ତାଙ୍କ ରାସ୍ତାର କଣ୍ଟା ଏଯାଏ ସଫା ହୋଇନାହିଁ। ଜେଲ୍‌ରୁ ବାହାରକୁ ଆସିବା ପରେ ସେ ବଡ଼ ନିଷ୍ପତ୍ତି ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏମିତିରେ ଯଦି ପୁଣିଥରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିନିଏ, ଅଥବା ସୁପ୍ରିମକୋର୍ଟ ତାଙ୍କର ଜାମିନକୁ ଅଗ୍ରାହ୍ୟ କରିଦିଅନ୍ତି, ନଚେତ ପୁଣିଥରେ ସେ ଜେଲ ହାଜତକୁ ଚାଲିଯାଆନ୍ତି ତେବେ ସେ କ’ଣ କରିବେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି।

ଯଦି ସୋରେନ୍‌ ଜେଲ ଯାଆନ୍ତି ତେବେ କ’ଣ ହେବ?
ହେମନ୍ତ ସୋରେନଙ୍କ ଏବେର ନିଷ୍ପତ୍ତିକୁ ଦେଖିଲେ ଏବେ ତାଙ୍କୁ ଗିରଫ ହେବାର ଭୟ ନାହିଁ ବୋଲି ସ୍ପଷ୍ଟ ହେଉଛି। ଯଦି ସେ ଗିରଫ ହୁଅନ୍ତି ତେବେ ତାଙ୍କ ପାଖରେ ଅନେକ ବିକଳ୍ପ ରହିଛି, ଯାହାର ବ୍ୟବହାର କରିବାକୁ ସେ ପଛଘୁଞ୍ଚା ଦେବେ ନାହିଁ। ଆସନ୍ତୁ ଜାଣିବା ୩ ମୁଖ୍ୟ ବିକଳ୍ପ ବିଷୟରେ…

ପ୍ରଥମ ବିକଳ୍ପ:ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପାଦଚିହ୍ନରେ ଚାଲିବେ ସୋରେନ?
ଝାରଖଣ୍ଡ ନିର୍ବାଚନ ହେବାରେ କିଛି ମାସର ସମୟ ରହିଛି, ଏମିତିରେ ଜାମିନରେ ଜେଲରୁ ବାହାରକୁ ଆସିବା ପରେ ଚମ୍ପାଇ ସୋରେନଙ୍କୁ ପଦରୁ ହଟାଇ ସେ କ୍ଷମତାକୁ ଫେରିବା ତାଙ୍କର ରଣନୀତି ବୋଲି କୁହାଯାଉଛି। ଗିରଫ ହେବା ପରେ ତାଙ୍କ ପାଖରେ ସବୁଠାରୁ ବଡ଼ ଏବଂ ପ୍ରଥମ ବିକଳ୍ପ ଏହା ଯେ ସେ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲନ୍ତୁ। ଜେଲରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାନ୍ତୁ। ଏମିତି କରି ସେ ନିର୍ବାଚନ ଲାଗି ଲୋକଙ୍କ ସହାନୁଭୂତି ହାସଲ କରିପାରିବେ।

ଦ୍ୱିତୀୟ ବିକଳ୍ପ: ଲାଲୁ ଯାଦବଙ୍କ ପନ୍ଥା ଆପଣାଇପାରନ୍ତି ମୁଖ୍ୟମନ୍ତ୍ରୀ ସୋରେନ?
ଏହି ବିକଳ୍ପ ବିଷୟରେ ଜାନୁଆରୀ ମାସରେ ଚର୍ଚ୍ଚା ହୋଇଥିଲା, ଯେତେବେଳେ ହେମନ୍ତ ଗିରଫ ହୋଇଥିଲେ। ସେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ନୀତି ଆପଣାଇପାରିବେ, ଯାହାଦ୍ୱାରା ଚାରା ଦୁର୍ନୀତି ମାମଲାରେ ଜେଲ ଯିବା ପୂର୍ବରୁ ସେ ନିଜ ପତ୍ନୀ ରାବିଡି ଦେବୀଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଥିଲେ ଏବଂ ତାଙ୍କ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ଯଦି ତାଙ୍କୁ ପୁଣିଥରେ ଜେଲ ଯିବାକୁ ପଡେ ତେବେ ସେ ସ୍ତ୍ରୀଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କରିପାରନ୍ତି।

ତୃତୀୟ ବିକଳ୍ପ: ଏହି ଭେଟେରାନଙ୍କୁ ହସ୍ତାନ୍ତର କରିପାରନ୍ତି ଝାଡ଼ଖଣ୍ଡର ଦାୟିତ୍ୱ?
ହେମନ୍ତ ସୋରେନ ବାହାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଏବେ ବି ସେ ଗିରଫ ହୋଇପାରନ୍ତି। ଏମିତିରେ ସେ ନିଜ ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କୁ ଗାଦିରେ ବସାଇପାରନ୍ତି। ଯେମିତିକି ଚମ୍ପାଇ ସୋରେନ। କାରଣ ସେ ବିନାସର୍ତ୍ତରେ ଇସ୍ତଫା ଦେଇଦେଇଛନ୍ତି। ଏଣୁ ପରିସ୍ଥିତି ସେଭଳି ଉପୁଜିଲେ ଚମ୍ପାଇ ପୁଣିଥରେ ତାଙ୍କ ପାଇଁ ସେଭଳି କାମ କରିପାରନ୍ତି ବୋଲି କୁହାଯାଉଛି।

କ’ଣ ପୁଣି ଗିରଫ ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ?
ହେମନ୍ତଙ୍କ ଦୁର୍ନୀତି ସହ ସମ୍ପର୍କ ନ ଥିବା ହାଇକୋର୍ଟରେ ତାଙ୍କ ଓକିଲ ବାରମ୍ବାର ଦଲିଲ କରିଛନ୍ତି। ଏହି ମାମଲାରେ ତାଙ୍କ ନାମରେ ଜମି ନାହିଁ, ତାଙ୍କ ନାମ ବି ନାହିଁ। ହେଲେ ଅନେକ ମାମଲା ଏଭଳି ରହିଛି ଯେଉଁଥିରେ ତାଙ୍କୁ ସିଧାସିଧା ଅଭିଯୁକ୍ତ କରାଯାଇଛି। ଯେମିତିକି ସାହେବଗଞ୍ଜ ଖନନ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଜାଲିଛି। ଏଣୁ ସୋରେନ ପୁଣିଥରେ ଜେଲ ଯାଇପାରନ୍ତି ବୋଲି ଡର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri