Posted inଖେଳ

କ’ଣ ନିଜର ପାଉଣା ଫେରାଇବେ ଗମ୍ଭୀର? ୩ କୋଟି ଟଙ୍କାକୁ ନେଇ ପ୍ରଶ୍ନ ଉଠାଇଲେ…

ନୂଆଦିଲ୍ଲୀ,୨୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଟିମ୍‌ ଇଣ୍ଡିଆକୁ ଚାମ୍ପିଅନ କରିବା ପରେ ବିସିସିଆଇ ଦଳକୁ ୫୮ କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଥିଲା। ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କୁ ୩ କୋଟି ଟଙ୍କା ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ଏବେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଏହି ପୁରସ୍କାର ରାଶିକୁ ନେଇ ଏକ ପ୍ରଶ୍ନ ଉଠାଇଛନ୍ତି। କ’ଣ ନୂତନ ପ୍ରଶିକ୍ଷକ ଗମ୍ଭୀର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ପରି ସପୋର୍ଟ ଷ୍ଟାଫଙ୍କଠାରୁ ଅଧିକ ବୋନସ ନେବାକୁ ମନା କରିବେ କି ବୋଲି ସେ ଏକ ଲେଖାରେ ପଚାରିଛନ୍ତି।

ଗତ ବର୍ଷ ଜୁନରେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ୱକପ ଜିତିଥିଲା, ଯାହା ପରେ ବିସିସିଆଇ ପ୍ରଶିକ୍ଷକ ଏବଂ ଖେଳାଳିମାନଙ୍କୁ ବିପୁଳ ପୁରସ୍କାର ରାଶି ଦେଇଥିଲା। ଦ୍ରାବିଡ ଅନ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ତୁଳନାରେ ଅଧିକ ଟଙ୍କା ପାଉଥିଲେ, କିନ୍ତୁ ସେ ଏହାକୁ ନେବାକୁ ମନା କରିଥିଲେ। ସେ କହିଥିଲେ ଯେ ସେ ଅନ୍ୟ କର୍ମଚାରୀଙ୍କ ପରି ସମାନ ପରିମାଣର ଟଙ୍କା ନେବେ। ଦ୍ରାବିଡଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କ ହୃଦୟ ଜିତିଥିଲା। ଏହାକୁ ଉଲ୍ଲେଖ କରି ଗାଭାସ୍କର ତାଙ୍କ ଏକ ଲେଖାରେ ଲେଖିଛନ୍ତି- ’ଟି-୨୦ ବିଶ୍ୱକପ ଜିତିବା ପରେ, ଦ୍ରାବିଡ ପ୍ରମାଣ କଲେ ଯେ ସେ ଜଣେ ପ୍ରକୃତ ଟିମ୍‌ମ୍ୟାନ୍‌।’ ସେ ପୁରସ୍କାର ରାଶିକୁ ପ୍ରଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଏକ ମହାନ ଉଦାହରଣ ସ୍ଥାପନ କରିଥିଲେ। ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିବାର ଦୁଇ ସପ୍ତାହ ବିତିଗଲାଣି, କିନ୍ତୁ ଗମ୍ଭୀର ଏପର୍ଯ୍ୟନ୍ତ କହିନାହାନ୍ତି ଯେ ସେ ଦ୍ରାବିଡଙ୍କ ପରି ସପୋର୍ଟ ଷ୍ଟାଫଙ୍କ ସହ ପୁରସ୍କାର ରାଶି ବାଣ୍ଟିବେ କି ନାହିଁ। ଏହି କ୍ଷେତ୍ରରେ ଦ୍ରାବିଡ କ’ଣ ତାଙ୍କ ପାଇଁ ଜଣେ ଆଦର୍ଶ ନୁହଁନ୍ତି?ବୋଲି ସେ କହିଛନ୍ତି।

ତେବେ ଏହି ପ୍ରଶ୍ନ ବାବଦରେ ଏଯାବତ ଗମ୍ଭୀରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସେ ଦଳ ଏକତାର ବାର୍ତ୍ତା ଦେବେ ନା ଭିନ୍ନ ପଥ ବାଛିବେ? ଏହା ଦେଖିବା ଆକର୍ଷଣୀୟ ହେବ। ଗମ୍ଭୀର ବର୍ତ୍ତମାନ ତାଙ୍କ ପରିବାର ସହିତ ଛୁଟି ପାଳନ କରିବା ପାଇଁ ଫ୍ରାନ୍ସରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri