ଗିରଫ ହେବେ ଜଗା ପ୍ରଧାନ? ଆସିଲା ବଡ଼ ଖବର

ଭୁବନେଶ୍ୱର,୨।୭: ଗିରଫ ହୋଇପାରନ୍ତି ଜଗା ପ୍ରଧାନ! ଜଗା ପ୍ରଧାନଙ୍କ ଉପରେ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ? ଏସବୁ ଚର୍ଚ୍ଚା ଭିତରେ ଭାଜପା ପାର୍ଟି ଅଫିସରେ ପହଞ୍ଚିଛନ୍ତି ଭାଜପା ନେତା। BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବିବାଦରେ ଫସିଛନ୍ତି ଜଗନ୍ନାଥ । ତାଙ୍କୁ ଗିରଫ କରିବାକୁ ଓଡ଼ିଶା ପ୍ରଶାସନିକ ସେବା (OAS) ସଂଘ ଦାବି କରିଛି। ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନେଇ ଏହି ଦାବି ଉଠିଛି। OAS ସଂଘ ଏକ ବୈଠକରେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପା ନେତା ଜଗା ପ୍ରଧାନ ଭାଜପା ପାର୍ଟି ଅଫିସରେ ପହଞ୍ଚିଛନ୍ତି। ଯେଉଁଠାରେ ସଭାପତି ମନମୋହନ ସାମଲଙ୍କ ସହ ବରିଷ୍ଠ ନେତୃତବୃନ୍ଦ ମଧ୍ୟ ସାମିଲ୍‌ ଅଛନ୍ତି।

ସଂଘର ଅଭିଯୋଗ ଅନୁସାରେ, ଏହି ଆକ୍ରମଣ କେବଳ ଜଣେ ବ୍ୟକ୍ତିଙ୍କ ଉପରେ ନୁହେଁ, ବରଂ ସାଧାରଣ ସେବା ବ୍ୟବସ୍ଥା ଉପରେ ହୋଇଛି। ଏହି ଘଟଣାକୁ ନେଇ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବାକୁ ପ୍ରସ୍ତାବ ପାରିତ କରିଛି। ଏହାସହ, ସଂଘ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଭେଟି ଦାବିପତ୍ର ହସ୍ତାନ୍ତର କରିଛି।

OAS ସଂଘ ସମୂହ ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଛି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପକାଇଛି। ଅନ୍ୟପକ୍ଷରେ, ଜଗନ୍ନାଥ ପ୍ରଧାନ ଏହି ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟାରେ ଅତିରିକ୍ତ କମିଶନରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି।

ରାଜସୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆଲୋଚନା ପରେ ଓଡ଼ିଶା ରାଜସୱ ସେବା (ORS) ସଂଘ ଆନ୍ଦୋଳନରୁ ଓହରି ଯାଇଛି। ତେବେ, OAS ସଂଘ ଦାବି କରିଛି ଯେ, ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାନଗଲେ ସେମାନେ ଆନ୍ଦୋଳନ ଜାରି ରଖିବେ।

ତେବେ ଏନେଇ ମୁହଁ ଖୋଲିଛନ୍ତି ଜଗନ୍ନାଥ। ଏକ୍ସରେ ସେ କହିଛନ୍ତି, ଆଇନକୁ ସମ୍ମାନ ଦେଉଛି। ରାଜ୍ୟରେ ପ୍ରାଶାସନିକ ଅଚଳାବସ୍ଥା ଆଡକୁ ଯାଉଛି। ଆଇନଶୃଙ୍ଖଳା ସ୍ଥିତି ଉପୁଜିବାକୁ ଯାଉଛି। ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ମୁଁ ସହଯୋଗ କରିବି। ବିରୋଧୀ ଦଳ ରାଜନୈତିକ ରୁଟି ସେକିବାର ପ୍ରୟାସ କରୁଛି। ଏହି ଘଟଣା ଦୁଃଖଦାୟକ, ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି। ଏକଥା ମୁଁ ଆଗରୁ କହିଛି, ଏବେ ବି କହୁଛି ବୋଲି ସେ କହିଛନ୍ତି।

ସୁଲୋଚନା କହୁକହୁ କହିଦେଲେ, ଅସଲଲୋକ ମାଷ୍ଟର ମାଇଣ୍ଡ କିଏ…


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?