ଏବେ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ? ଜବାବ ରଖିଲେ ସରକାର

ନୂଆଦିଲ୍ଲୀ,୩୦।୭: ଭାରତୀୟ ବ୍ୟାଙ୍କର୍ସ ଆସୋସିଏସନ (IBA) ପକ୍ଷରୁ ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ସରକାର ସ୍ପଷ୍ଟ ଉତ୍ତର ଦେଇଛନ୍ତି। ୨୮ ଜୁଲାଇ ୨୦୨୫ରେ ଲୋକ ସଭାରେ ଅର୍ଥ ମନ୍ତ୍ରଣାଳୟ ଜଣାଇଛି ଯେ ଏହି ପ୍ରସ୍ତାବ ବିଚାରାଧୀନ ରହିଛି। ବର୍ତ୍ତମାନ ସରକାରୀ ବ୍ୟାଙ୍କ (PSBs) ମାସର କେବଳ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ଛୁଟି ଦେଉଛନ୍ତି। କର୍ମଚାରୀମାନେ ଅନ୍ୟ ଶନିବାରଗୁଡ଼ିକରେ ମଧ୍ୟ ଛୁଟି ପାଇବାକୁ ଅପେକ୍ଷା କରିଛନ୍ତି।
ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେଶନ (AIBOC) ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଛି। ସେମାନଙ୍କ ମତରେ ଏହା ଦ୍ୱାରା ଉତ୍ପାଦନଶୀଳତା, ବୃଦ୍ଧି, କାର୍ଯ୍ୟଦକ୍ଷତା ଏବଂ ନୈତିକ କାର୍ଯ୍ୟକ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।
କଂଗ୍ରେସ ଏମ୍‌ପି କେସି ଭେନୁଗୋପାଳ ଆଇବିଏର ୫-ଦିନିଆ ବ୍ୟାଙ୍କିଙ୍ଗ ସପ୍ତାହ ପ୍ରସ୍ତାବ, ଏହାର କାର୍ଯ୍ୟକାରୀ ଯୋଜନା, କର୍ମଚାରୀଙ୍କ ଅଭାବ ଏବଂ ଅନ୍ୟାନ୍ୟ ମୁଦ୍ଦା ଉପରେ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।
ତାଙ୍କ ପ୍ରଶ୍ନଗୁଡ଼ିକ ହେଲା:
-ଆଇବିଏର ଏହି ପ୍ରସ୍ତାବ ଉପରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି?
-ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଚାର କରୁଛନ୍ତି କି?
-କର୍ମଚାରୀ ଅଭାବ ଯୋଗୁ କ’ଣ ଏହି ପ୍ରସ୍ତାବ ଅଟକି ରହିଛି?
-କର୍ମଚାରୀ ଅଭାବ ଦୂର କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି?
-୫-ଦିନିଆ ବ୍ୟାଙ୍କିଙ୍ଗ ସପ୍ତାହ କାର୍ଯ୍ୟକାରୀ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ଅଛି କି?
ଆଇବିଏ ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଛି। ୨୦ ଅଗଷ୍ଟ ୨୦୧୫ର ବିଜ୍ଞପ୍ତି ଅନୁଯାୟୀ, ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ସାର୍ବଜନୀନ ଛୁଟି ଘୋଷଣା କରାଯାଇଛି। ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ବୋର୍ଡ-ପରିଚାଳିତ ଅନୁଷ୍ଠାନ ଅଟେ, ଏବଂ ପ୍ରତ୍ୟେକ ବ୍ୟାଙ୍କ ନିଜ ବ୍ୟବସାୟ, ଶାଖା, ସେବାନିବୃତ୍ତି ଆଦିକୁ ଦୃଷ୍ଟିରେ ରଖି କର୍ମଚାରୀ ନିଯୁକ୍ତି କରିଥାଏ।  ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା, ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ୯୬% କର୍ମଚାରୀ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ନିଯୁକ୍ତ ହୋଇଛନ୍ତି। ବାକି ୪% ଅଭାବ ସେବାନିବୃତ୍ତି ଏବଂ ଅନ୍ୟାନ୍ୟ ଅପ୍ରତ୍ୟାଶିତ କାରଣ ଯୋଗୁ ହୋଇଛି। ସରକାର ଏପର୍ଯ୍ୟନ୍ତ ୫-ଦିନିଆ ବ୍ୟାଙ୍କିଂ ସପ୍ତାହ କାର୍ଯ୍ୟକାରୀ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ଘୋଷଣା କରିନାହାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri