ଅମର ଶତପଥୀ ଭାଜପାରେ ଯୋଗ ଦେବେ କି: ଜାଣନ୍ତୁ କ’ଣ କହିଲେ….

ଭୁବନେଶ୍ୱର,୧୫।୧୦: ଅମର ଶତପଥି ପ୍ରସଙ୍ଗରେ ବିଜେଡିକୁ କଟାକ୍ଷ କରିଛନ୍ତି ଶିଳ୍ପମନ୍ତ୍ରୀଙ୍କ ସମ୍ପଦ ସ୍ବାଇଁ। ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କ ପରେ ଶିଳ୍ପମନ୍ତ୍ରୀ କହିଛନ୍ତି ଇଏ ତ ଆରମ୍ଭ, ଆଗକୁ ଦେଖିବେ ଆହୁରି ନେତା ବିଜେଡି ଛାଡ଼ୁଛନ୍ତି। ବିଜେଡି, ଭାଜପାକୁ କପି କରୁଛି। ସେ ଦଳରେ ସମ୍ବିଧାନ, ଗଣତନ୍ତ୍ର ନାହିଁ। ଆମକୁ ଦେଖି ସେମାନେ ସଦସ୍ୟତା ଅଭିଯାନ ଆରମ୍ଭ କଲେ। ତାଙ୍କର ବରିଷ୍ଠ ନେତା କହିଲେ ସଦସ୍ୟତା ନବୀକରଣ କରିବେନି, ତେବେ ଏହା ହାସ୍ୟାସ୍ପଦ।ସେମାନେ କେବେ ବିରୋଧୀ ଦଳରେ ରାଜନୀତି କରିପାରିବେନି। ବିଜେଡି ନେତା ସଂଘର୍ଷ କରି ପାରିବେନି, ଜଣଜଣ କରି ଦଳ ଛାଡ଼ିବେ। ଅମର ଶତପଥୀ ଭାଜପାରେ ଯୋଗ ଦେବେ କି ପ୍ରଶ୍ନରେ ପ୍ରତିକ୍ରିୟାରେ ସେ ସମ୍ପର୍କରେ ନିଷ୍ପତ୍ତି ଦଳର ଶୀର୍ଷ ନେତୃତ୍ବ ନେବେ ବୋଲି ସମ୍ପଦ କହିଛନ୍ତି।

ପ୍ରତାପ କହିଥିଲେ, ଶୀର୍ଷ ନେତୃତ୍ୱ ସ୍ଥିର କରିବେ ଅମରଙ୍କୁ ଗ୍ରହଣ କରିବେ କି ନାହିଁ। ବିଜେଡିର ଅବସ୍ଥା କ’ଣ ତାହା ପ୍ରତିଦିନ ଦେଖିବାକୁ ମିଳୁଛି। ବୁଡ଼ିଗଲା ଡଙ୍ଗାର ନାଁ ତଳକୁ ତଳକୁ ଯାଉଛି, ତାଙ୍କର ସେହି ଅବସ୍ଥା ବୋଲି କହିଥିଲେ। ସେ ଆହୁରି କହିଛନ୍ତି, ସେ ଦଳରେ ଗଣତନ୍ତ୍ର ନାହିଁ, ବିଜେଡିରୁ ପ୍ରତିଷ୍ଠାତା ସଦସ୍ୟ ଯାଇ ସାରିଲେଣି।ସେ ଦଳରେ ମେରୀ ରାୟ ଶାସନ ଚାଲିଛି, ଏମିତିରେ ଦଳରେ ତିଷ୍ଠିବା ମୁସ୍କିଲ ବୋଲି ପ୍ରତାପ କହିଥିଲେ।

ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳର ବରିଷ୍ଠ ନେତାମାନେ ଜଣେ ଜଣଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରି ଚାଲିଛନ୍ତି। ଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି ଲେନିନ। ସେ କହିଛନ୍ତି, ଅମର ଦଳ ଛାଡ଼ି ପଳାନ୍ତୁ। ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି, ସେ ଛାଡ଼ି ପଳାଇଲେ ଭଲହୁଅନ୍ତା ବୋଲି ଲେନିନ କହିଛନ୍ତି।

ସେ ତ ନିଜ ପୁତୁରାଙ୍କୁ ଆଗରୁ ଭାଜପାକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ। ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି। ତା’ ପରେ ଯଦି ତାଙ୍କୁ ଅଣନିଃଶ୍ବାସୀ ଲାଗୁଛି, ସେ ଦଳ ଛାଡ଼ି ପଳାଇଲେ ଭଲ ହେବ ବୋଲି ଲେନିନ କହିବା ପରେ ଦଳରେ ହଲଚଲ ସୃଷ୍ଟି ହୋଇଛି। ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ। ଯେଉଁମାନେ ଦଳରୁ ଡେଇଁଛନ୍ତି, ସେମାନେ ଭାଜପା ସମ୍ପର୍କରେ ଥିଲେ। ସେ ଭାଜପାକୁ ଯାଉନାହାନ୍ତି, କି ଭାଜପା ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେବନି। ଯେଉଁମାନେ ଦଳ ଛାଡ଼ି ଭାଜପାକୁ ଯାଇଛନ୍ତି ସେମାନେ ସେଠି କ’ଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେନିନ। ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ଯାଆନ୍ତୁ, ବିଜେଡି ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି ଲେନିନ।

ଲେନିନ ତାଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଛନ୍ତି।ସେ କହିଛନ୍ତି, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ’ ସଭ୍ୟପଦ ନବୀକରଣ ବି କରିନି। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନ୍‌ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।’

 

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri