ଜଙ୍ଗଲ ନିଆଁ ପାଇଁ ବିପଦରେ ବନ୍ୟପ୍ରାଣୀ

ଭଞ୍ଜନଗର,୧୦ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ରବିବାର ମଧ୍ୟାହ୍ନରେ ଆସିଥିବା ସାଟେଲାଇଟ୍‌ ତଥ୍ୟରୁ କେନ୍ଦ୍ରୀୟ ବନାଞ୍ଚଳର ୨ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। କିନ୍ତୁ ଧରିତ୍ରୀ ପ୍ରତିନିଧି ରବିବାର ଗାଲେରି ଓ ମୁଜାଗଡ଼ ରେଞ୍ଜ ଅଞ୍ଚଳ ବୁଲିବା ସମୟରେ ୪ଟି ସ୍ଥାନରେ ନିଆଁ ଲାଗିଥିବା ଦେଖିଥିଲେ। ମୁଜାଗଡ଼ ରେଞ୍ଜ ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲ ହୁହୁ ହୋଇ ଜଳୁଥିଲା। ସେହିଭଳି ଖୁରୁଡ଼ୁଗୋଛାର ସଂରକ୍ଷିତ ଜଙ୍ଗଲକୁ ଲାଗି ଥିବା ଏକ ବେସରକାରୀ ବଣରେ ନିଆଁ ଲାଗିଥିଲା। ଶନିବାର ଖୁରୁଡ଼ୁଗୋଛାକୁ ଲାଗିଥିବା ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିତ୍ବା ଜଙ୍ଗଲରେ ନିଆଁ ଲାଗିଥିଲା । ତେଣୁ ରବିବାର ମଧ୍ୟାହ୍ନରେ ଖୁରୁଡ଼ୁଗୋଛାରେ ରେଞ୍ଜର ବିମ୍ବାଧର ସାହୁଙ୍କ ଉପସ୍ଥିତିରେ ଜଙ୍ଗଲ ନିଆଁ ରୋକିବା ଉପରେ ଏକ ସଚେତନତା ସଭା ହୋଇଥିଲା। ଏହାର ୩ ଘଣ୍ଟା ପରେ ସେହି ଅଞ୍ଚଳରେ ନିଆଁ ଲାଗିଛି। ସେହିଭଳି ଗାଲେରି ରେଞ୍ଜ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ଜଙ୍ଗଲ ହୁହୁ ହୋଇ ଜଳୁଥିଲା। ବିଭାଗୀୟ କର୍ମଚାରୀ ଅପରାହ୍ନ ୫ଟାରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।
ସାଟେଲାଇଟ୍‌ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ପ୍ରଥମ ରିପୋର୍ଟ ଦେଇଥାଏ। ଦ୍ୱିତୀୟ ରିପୋର୍ଟ ରାତି ୧୨ଟାରୁ ୨ଟା ମଧ୍ୟରେ ଦେଇଥାଏ। ସାଟେଲାଇଟ୍‌ ସମସ୍ତ ଜଙ୍ଗଲ ନିଆଁକୁ ଧରି ପାରୁନାହିଁ। ପାହାଡ଼ର ଶୀର୍ଷକୁ ନିଆଁ ବ୍ୟାପିଲେ ଯାଇ ଅଧିକାଂଶ ଚିତ୍ର ଆସୁଛି। କେତେକ ସ୍ଥାନରେ ନିଆଁ ଆପେ ଆପେ ଲାଗି ଲିଭିଯାଉଛି। ଅନେକ ସମୟରେ ଦେଖାଯାଉଛି ସାଟେଲାଇଟ୍‌ ଚିତ୍ର ଆସିଲେ ଯାଇ କର୍ମଚାରୀମାନେ ନିଆଁ ଲିଭାଇବାକୁ ଯାଉଛନ୍ତି । ଗ୍ରାମବାସୀ ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଜଙ୍ଗଲ ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରିବାରେ କର୍ମଚାରୀ ମାନେ ବିଫଳ ହେଉଛନ୍ତି। ମାସ ମାସ ଧରି ବନ କର୍ମଚାରୀ ଲୋକଙ୍କ ସହ ସୁ ସମ୍ପର୍କ ରଖୁନାହାନ୍ତି। ଯେଉଁଥିପାଇଁ ଲୋକେ ଜଙ୍ଗଲରେ ନିଆଁ ଲାଗିଲେ ତୁରନ୍ତ ଖବର ଦେଉନାହାନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି। ଅନ୍ୟପକ୍ଷରେ ଜଙ୍ଗଲ ନିଆଁରେ ଅନେକ ପଶୁ, ପକ୍ଷୀ ଜଳି ପୋଡ଼ି ପାଉଁଶ ହୋଇଯାଉଛନ୍ତି। ଏ ନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯେଉଁଠି ସୂଚନା ଆସୁଛି ତୁରନ୍ତ ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନିଆଯାଉଛି । ଖୁରୁଡ଼ୁଗୋଚ୍ଛାରେ ବେସରକାରୀ ଜମିରେ ନିଆଁ ଲାଗିଛି। ତଥାପି ନିଆଁକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ଜଙ୍ଗଲ ସୁରକ୍ଷାରେ କୈଣସି ଅବହେଳା କରାଯାଉନାହିଁ ବୋଲି ଡ଼ିଏଫଓ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri