Posted inଜାତୀୟ

ଭାରତରେ ବନାଗ୍ନି: ବର୍ଷକରେ ୧.୫ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ବର୍ଷ ୨୦୨୪-୨୫ରେ ଭାରତରେ ବନାଗ୍ନି ଯୋଗୁ ପ୍ରାୟ ୧.୫ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୪୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗୁରୁବାର ଆର୍ଥ ସିଷ୍ଟମ ସାଇନ୍ସ ଡେଟା ନାମକ ଏକ ଜର୍ନାଲରେ ପ୍ରକାଶିତ ‘ଷ୍ଟେଟ୍‌ ଅଫ୍‌ ଓ୍ବାଇଲ୍ଡ ଫାୟାର୍ସ’ ଶୀର୍ଷକ ଅଧ୍ୟୟନରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି। ଫସଲ ଜାଳିବା, ପ୍ରଚଣ୍ଡ ତାତି, ଶୁଷ୍କ ଇନ୍ଧନ ସଂଗ୍ରହ ଆଦି ଯୋଗୁ ଉତ୍ତରପ୍ରଦେଶରେ ବନାଗ୍ନି ଘଟଣା ବଢ଼ିଛି ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ସେହିପରି ଗତବର୍ଷ ବନାଗ୍ନି ଯୋଗୁ ପଞ୍ଜାବରେ ୩୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍‌ ଇଷ୍ଟ ଆଞ୍ଜଲିଆ, ୟୁକେ ମେଟ୍‌ ଅଫିସର ଗବେଷକଙ୍କ ଦ୍ୱାରା ମିଳିତ ଭାବେ ଏହି ଅଧ୍ୟୟନ କରାଯାଇଛି।
ଅଧ୍ୟୟନ ଅନୁଯାୟୀ, ସାରା ବିଶ୍ୱରେ ହିଟ୍‌ ଓ୍ବେଭ୍‌ ଏବଂ ମରୁଡ଼ି ଯୋଗୁ ବନାଗ୍ନି ଘଟଣା ଲଗାତର ବଢ଼ିବା ସହ ତୀବ୍ର ହେବାରେ ଲାଗିଛି। ଫଳରେ ନିଆଁ, ପ୍ରଦୂଷିତ ଧୂଆଁ ଆଦି ମାଧ୍ୟମରେ ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି। ଏହା ଲୋକଙ୍କୁ ଆର୍ଥିକ ଭାବେ ଦୁର୍ବଳ କରିବା ସହ ଦେଶର ଅର୍ଥନୀତି ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ନେଇ ଅଧ୍ୟୟନରେ କୁହାଯାଇଛି। ଗତବର୍ଷ ବନାଗ୍ନି ଯୋଗୁ ବିଶ୍ୱବ୍ୟାପୀ ୩୭ ଲକ୍ଷ ବର୍ଗ କି.ମି. ଅଞ୍ଚଳ ଜଳିଯାଇଥିଲା, ଯାହା ଭାରତର କ୍ଷେତ୍ରଫଳଠାରୁ ମଧ୍ୟ ଅଧିକ। ଏଥିରୁ ନିର୍ଗତ ହୋଇଥିବା ଅଙ୍ଗାରକାମ୍ଳ ୮ ବିଲିୟନ ଟନ୍‌ରୁ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ବନାଗ୍ନି ଘଟଣାକୁ ବଢ଼ାଇବା ସହ ଏହାର ଗମ୍ଭୀରତାକୁ ବୃଦ୍ଧି କରିଛି ବୋଲି ଏହି ଅଧ୍ୟୟନ ସ୍ପଷ୍ଟ ଭାବେ ପ୍ରମାଣିତ କରିଥିବା ଅଧ୍ୟୟନର ମୁଖ୍ୟ ଲେଖକ ଡଗ୍‌ଲାସ କେଲୀ କହିଛନ୍ତି। ଗତବର୍ଷ ସାରା ବିଶ୍ୱରେ ୧୦ କୋଟି ଲୋକ ବନାଗ୍ନିର ସମ୍ମୁଖୀନ ହୋଇ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ। ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆ, ମଧ୍ୟ ଏବଂ ପୂର୍ବ ଆଫ୍ରିକାରେ ଏହି ସଂଖ୍ୟା ସର୍ବାଧିକ ଥିଲା ବୋଲି ଅଧ୍ୟୟନରେ କୁହାଯାଇଛି। ବନାଗ୍ନି ଯୋଗୁ ଭାରତ ଏବଂ ରିପବ୍ଲିକ ଅଫ୍‌ କଙ୍ଗୋରେ ସର୍ବାଧିକ ୧.୫ କୋଟି ଲେଖାଏ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ନାଇଜେରିଆ, ଚାଇନା, ମୋଜାମ୍ବିକ ଏବଂ ଦକ୍ଷିଣ ସୁଦାନରେ ୫୦ ଲକ୍ଷ ଲେଖାଏ ଲୋକ ପ୍ରଭାବିତ ହୋଇଥିବା ଏହି ଅଧ୍ୟୟନ କହିଛି। ବନାଗ୍ନି ଯୋଗୁ ଗତବର୍ଷ ବିଶ୍ୱବ୍ୟାପୀ ୨୧୫ ବିଲିୟନ ଡଲାର ମୂଲ୍ୟର ଘର ଏବଂ ଭିତ୍ତିଭୂମିକୁ କ୍ଷତି ପହଞ୍ଚିଛି। ଭାରତରେ ୪୪ ବିଲିୟନ ଡଲାର (ପ୍ରାୟ ୩.୬ ଲକ୍ଷ କୋଟି ଟଙ୍କା)ର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଏହାପଛକୁ ଆମେରିକାରେ ୨୬ ବିଲିୟନ ଡଲାର ଏବଂ ଚାଇନାରେ ୧୭ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟ କହିଛି।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri