Posted inଜାତୀୟ

ଭାରତରେ ବନାଗ୍ନି: ବର୍ଷକରେ ୧.୫ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ବର୍ଷ ୨୦୨୪-୨୫ରେ ଭାରତରେ ବନାଗ୍ନି ଯୋଗୁ ପ୍ରାୟ ୧.୫ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୪୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗୁରୁବାର ଆର୍ଥ ସିଷ୍ଟମ ସାଇନ୍ସ ଡେଟା ନାମକ ଏକ ଜର୍ନାଲରେ ପ୍ରକାଶିତ ‘ଷ୍ଟେଟ୍‌ ଅଫ୍‌ ଓ୍ବାଇଲ୍ଡ ଫାୟାର୍ସ’ ଶୀର୍ଷକ ଅଧ୍ୟୟନରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି। ଫସଲ ଜାଳିବା, ପ୍ରଚଣ୍ଡ ତାତି, ଶୁଷ୍କ ଇନ୍ଧନ ସଂଗ୍ରହ ଆଦି ଯୋଗୁ ଉତ୍ତରପ୍ରଦେଶରେ ବନାଗ୍ନି ଘଟଣା ବଢ଼ିଛି ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ସେହିପରି ଗତବର୍ଷ ବନାଗ୍ନି ଯୋଗୁ ପଞ୍ଜାବରେ ୩୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍‌ ଇଷ୍ଟ ଆଞ୍ଜଲିଆ, ୟୁକେ ମେଟ୍‌ ଅଫିସର ଗବେଷକଙ୍କ ଦ୍ୱାରା ମିଳିତ ଭାବେ ଏହି ଅଧ୍ୟୟନ କରାଯାଇଛି।
ଅଧ୍ୟୟନ ଅନୁଯାୟୀ, ସାରା ବିଶ୍ୱରେ ହିଟ୍‌ ଓ୍ବେଭ୍‌ ଏବଂ ମରୁଡ଼ି ଯୋଗୁ ବନାଗ୍ନି ଘଟଣା ଲଗାତର ବଢ଼ିବା ସହ ତୀବ୍ର ହେବାରେ ଲାଗିଛି। ଫଳରେ ନିଆଁ, ପ୍ରଦୂଷିତ ଧୂଆଁ ଆଦି ମାଧ୍ୟମରେ ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି। ଏହା ଲୋକଙ୍କୁ ଆର୍ଥିକ ଭାବେ ଦୁର୍ବଳ କରିବା ସହ ଦେଶର ଅର୍ଥନୀତି ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ନେଇ ଅଧ୍ୟୟନରେ କୁହାଯାଇଛି। ଗତବର୍ଷ ବନାଗ୍ନି ଯୋଗୁ ବିଶ୍ୱବ୍ୟାପୀ ୩୭ ଲକ୍ଷ ବର୍ଗ କି.ମି. ଅଞ୍ଚଳ ଜଳିଯାଇଥିଲା, ଯାହା ଭାରତର କ୍ଷେତ୍ରଫଳଠାରୁ ମଧ୍ୟ ଅଧିକ। ଏଥିରୁ ନିର୍ଗତ ହୋଇଥିବା ଅଙ୍ଗାରକାମ୍ଳ ୮ ବିଲିୟନ ଟନ୍‌ରୁ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ବନାଗ୍ନି ଘଟଣାକୁ ବଢ଼ାଇବା ସହ ଏହାର ଗମ୍ଭୀରତାକୁ ବୃଦ୍ଧି କରିଛି ବୋଲି ଏହି ଅଧ୍ୟୟନ ସ୍ପଷ୍ଟ ଭାବେ ପ୍ରମାଣିତ କରିଥିବା ଅଧ୍ୟୟନର ମୁଖ୍ୟ ଲେଖକ ଡଗ୍‌ଲାସ କେଲୀ କହିଛନ୍ତି। ଗତବର୍ଷ ସାରା ବିଶ୍ୱରେ ୧୦ କୋଟି ଲୋକ ବନାଗ୍ନିର ସମ୍ମୁଖୀନ ହୋଇ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ। ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆ, ମଧ୍ୟ ଏବଂ ପୂର୍ବ ଆଫ୍ରିକାରେ ଏହି ସଂଖ୍ୟା ସର୍ବାଧିକ ଥିଲା ବୋଲି ଅଧ୍ୟୟନରେ କୁହାଯାଇଛି। ବନାଗ୍ନି ଯୋଗୁ ଭାରତ ଏବଂ ରିପବ୍ଲିକ ଅଫ୍‌ କଙ୍ଗୋରେ ସର୍ବାଧିକ ୧.୫ କୋଟି ଲେଖାଏ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ନାଇଜେରିଆ, ଚାଇନା, ମୋଜାମ୍ବିକ ଏବଂ ଦକ୍ଷିଣ ସୁଦାନରେ ୫୦ ଲକ୍ଷ ଲେଖାଏ ଲୋକ ପ୍ରଭାବିତ ହୋଇଥିବା ଏହି ଅଧ୍ୟୟନ କହିଛି। ବନାଗ୍ନି ଯୋଗୁ ଗତବର୍ଷ ବିଶ୍ୱବ୍ୟାପୀ ୨୧୫ ବିଲିୟନ ଡଲାର ମୂଲ୍ୟର ଘର ଏବଂ ଭିତ୍ତିଭୂମିକୁ କ୍ଷତି ପହଞ୍ଚିଛି। ଭାରତରେ ୪୪ ବିଲିୟନ ଡଲାର (ପ୍ରାୟ ୩.୬ ଲକ୍ଷ କୋଟି ଟଙ୍କା)ର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଏହାପଛକୁ ଆମେରିକାରେ ୨୬ ବିଲିୟନ ଡଲାର ଏବଂ ଚାଇନାରେ ୧୭ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟ କହିଛି।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

Budgetରେ ଜନଗଣନା ପାଇଁ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଖେଳିବେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧ା୨:  ଜୁନରେ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍‌ ଲାଗି ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ରବିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ନେପାଳର କିର୍ତିପୁରଠାରେ ଚାଲିଥିବା କ୍ୱାଲିଫାୟର୍ସ…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri