ଜଙ୍ଗଲି କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମକିନ

କୋରାପୁଟ,୧୦।୧୦(ଅମିତାଭ ବେହେରା) କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲି କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦୁ କୁକିଜ (ବିସ୍କୁଟ) ଓ ନମକିନ ହୋଇପାରିବ। ଏପରି ଗବେଷଣା କରି କହିଛନ୍ତି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ବିଭାଗର ସହାୟକ ପ୍ରଫେସର ଡ଼ ଦେବବ୍ରତ ପଣ୍ଡା। ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟ ମାଳଭୂମିର ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ କନ୍ଦାକୁ ନେଇ ଗବେଷଣା କରୁଛନ୍ତି। ଆଦିବାସୀମାନେ ପ୍ରାୟ ୮ ପ୍ରକାରର ଜଙ୍ଗଲୀ କନ୍ଦାକୁ ଖାଦ୍ୟ ଓ ଔଷଧ ରୂପରେ ବ୍ୟବହାର କରୁଛନ୍ତି ବୋଲି ଡ଼. ପଣ୍ଡା କହିଛନ୍ତି। ସେଗୁଡିକ ଯଥା କଷା କନ୍ଦା, ପିଟ କନ୍ଦା , ଶିକା କନ୍ଦା , କୁଳିଆ କନ୍ଦା, ଚେରେଙ୍ଗା କନ୍ଦା , ସୋରନ୍ଦା କନ୍ଦା, ତାରଗାଈ କନ୍ଦା, ପିତା କନ୍ଦା। ଏହି ଦୁଇଟି କନ୍ଦା ଯଥା କଷା କନ୍ଦା ଓ ସୋରନ୍ଦା କନ୍ଦାର ସୁସ୍ବାଦୁ ବିସ୍କୁଟ ଓ ନମକିନ ପ୍ରସ୍ତୁତ ହୋଇପାରିବ ଏବଂ ଏହା ଅଧିକ ପୋଷାକଯୁକ୍ତ ଓ ପୁଷ୍ଟିକର ବୋଲି ଡ଼ ପଣ୍ଡା କହିଛନ୍ତି। ଏଥିରେ ଅଧିକ ପରିମାଣରେ ପ୍ରୋଟିନ , ଫାଇବର , ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥିବା ସୂଚନା ଦେଇଛନ୍ତ।
ଏହି ତଥ୍ୟଟି ନିକଟରେ ଫୁଡ ଓ ହ୍ୟୁମାନିଟି ଜର୍ଣ୍ଣାଲରେ ତାଙ୍କର ରିସର୍ଚ୍ଚ ସ୍କଲାର ଡ଼. ବନ୍ଦନା ପ୍ରଧାନ , ମୋନାଲି ନନ୍ଦ , ଅନ୍ତର୍ଯ୍ୟାମୀ ସାହୁ ଓ ଡ଼. ଜୟନ୍ତ ନାୟକଙ୍କ ସହିତ ମିଶି ପ୍ରକାଶ କରିଛନ୍ତି। ଏହି କୁକିଜ ଓ ନମିକିନ ତିଆରି କରିବାରେ ଜୟପୁରର ଜଗନ୍ନାଥ ଚିନାରି ସାହାଯ୍ୟ କରିଥିଲେ। ଏହା ଆଦିବାସୀମାନଙ୍କର କୁପୋଷଣ ରୋକିବା ସହିତ ବିକଳ୍ପ ଖାଦ୍ୟ ଭାବରେ ବ୍ୟବହାର ହୋଇପାରିବ ଓ ଏହାର ଅଧିକ ପ୍ରଚାର ଓ ପ୍ରସାର ବ୍ୟବହାର ଉପରେ ଧ୍ୟାନ ଦେବାକୁ ପଡିବ। କୋରାପୁଟର କଫି , କଳାଜିରା ଧାନ , ମାଣ୍ଡିଆ ଭଳି ଏହି ଜଙ୍ଗଲି କନ୍ଦାର ବିସ୍କୁଟ ଓ ନମକିନକୁ ଷ୍ଟାର୍ଟଅପ ମାଧ୍ୟମରେ ପ୍ରଚାର ପ୍ରସାର କରାଗଲେ ଏହା କୋରାପୁଟକୁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିବା ସହିତ ଆଦିବାସୀମାନଙ୍କ ଜୀବନ ଜୀବିକାକୁ ସମୃଦ୍ଧ କରିବ ବୋଲି ଡ. ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରକାଶିତ, କୃଷକ, ମତ୍ସ୍ୟଜୀବୀଙ୍କ ପାଇଁ…

ନୂଆଦିଲ୍ଲୀ,୭।୨: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏବେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

ନାବାଳିକାଙ୍କୁ କୁରକୁରି, ଚକଲେଟ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକିନେଲେ ବୃଦ୍ଧ, ତା’ପରେ…

ଖୁଣ୍ଟୁଣୀ,୭l୨(ସଚ୍ଚିଦାନନ୍ଦ ପଣ୍ଡା): ଜଣେ ନାବାଳିକା ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଶୁକ୍ରବାର ରାଧାଦାମୋଦରପୁର (କଣ୍ଟାବନ୍ଧ) ଗ୍ରାମର ଗଗନ ବିହାରୀ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri