Posted inଜାତୀୟ

ଭୁଲ ତଥ୍ୟ ଦେଉଛି ଉଇକିପିଡିଆ, ସରକାର ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧୧: ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି।

ଜାତୀୟ ଗଣମାଧ୍ୟମ ଅନୁଯାୟୀ ସରକାର ଉଇକିପିଡିଆକୁ ଏକ ଚିଠି ପଠାଇ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବରେ କାହିଁକି ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ସରକାର କିମ୍ବା ଉଇକିପିଡ଼ିଆ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରକାରର ସରକାରୀ ବିବୃତ୍ତି ଦେଇନାହାଁନ୍ତି।

ଇଣ୍ଟରନେଟ, ଏନସାଇକ୍ଲୋପିଡ଼ିଆକୁ ଲେଖିଥିବା ଏକ ପତ୍ରରେ ସରକାର ଦର୍ଶାଇଛନ୍ତି ଯେ ସମ୍ପାଦକଙ୍କର ଏକ ଛୋଟ ଗୋଷ୍ଠୀ ବିଷୟବସ୍ତୁ ଉପରେ ପୂରା ନିୟନ୍ତ୍ରଣ ରଖୁଥିବା ଜଣାପଡୁଛି। ଯେଉଁଥିପାଇଁ ଏହା ନିରପେକ୍ଷ ନୁହେଁ। ଉଇକିପିଡ଼ିଆରେ ପ୍ରକାଶିତ ସୂଚନା ସମ୍ବନ୍ଧରେ ବେଳେବେଳେ ଏଥିରେ ତ୍ରୁଟି ଦେଖାଯାଏ, ଯାହା ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏହାକୁ ନେଇ ମଧ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି।

ଅନଲାଇନ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା Wikipedia ହେଉଛି ଏକ ମାଗଣା ପ୍ଲାଟଫର୍ମ ଯେଉଁଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ତଥ୍ୟ ତଥା ସୂଚନା ହାସଲ କରିପାରିବେ। ଉଇକିପିଡ଼ିଆ ସ୍ବେଚ୍ଛାସେବୀମାନଙ୍କୁ ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି ଏବଂ ସଂପାଦନ କରିବାକୁ ଅନୁମତି ଦେଇଥାଏ। ଫଳରେ ଯିଏ ଯାହା ଲେଖିଲେ ବି ତାହା ସେଠାରେ ସ୍ଥାନିତ ହୋଇଥାଏ।

କହିରଖୁଛୁ ଯେ, ଦୁଇ ମାସ ପୂର୍ବେ ଯେତେବେଳେ ଦିଲ୍ଲୀ ହାଇକୋର୍ଟ ଉଇକିପିଡ଼ିଆକୁ ସମାଲୋଚନା କରିଥିଲେ ଏବଂ ଭାରତରେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ ସେତେବେଳେ ଏହି ମାମଲା ସାମ୍ନାକୁ ଆସିଥିଲା। ନ୍ୟୁଜ ଏଜେନ୍ସି ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ANI) ଦ୍ୱାରା ଉଇକିପିଡିଆ ବିରୋଧରେ ଏକ ମାମଲା ଦାଖଲ କରାଯାଇଥିଲା ଯେଉଁଥିରେ ଉଇକିପିଡ଼ିଆ ପୃଷ୍ଠାରେ ମିଥ୍ୟା ଏବଂ ଭୁଲ ତଥ୍ୟ ଦିଆଯାଇଥିବା ANI ଦାବି କରିଥିଲା।

୨୦୦୧ରେ ପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହୋଇଥିଲା Wikipedia ଏବଂ ୨୦୦୩ ମସିହାରେ ପରେ ହିନ୍ଦୀ Wikipedia ଆରମ୍ଭ ହୋଇଥିଲା। Wikipediaକୁ ଜିମି ୱେଲ୍ସ ଏବଂ ଲ୍ୟାରି ସେଙ୍ଗର ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri